ଆଦର୍ଶ ଗୁରୁକୁଳର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ବିଭାଗରେ ଉତୀର୍ଣ୍ଣ
କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ଆଦର୍ଶ ଗୁରୁକୁଳ” ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରି ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୨୫ ଜଣ
ଆଦର୍ଶ ଗୁରୁକୁଳ ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ବିଭାଗରେ ଉତୀର୍ଣ୍ଣ


କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ଆଦର୍ଶ ଗୁରୁକୁଳ” ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରି ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଅନୁଷ୍ଠାନରୁ ପରୀକ୍ଷା ଦେଇଥିବା ସମୁଦାୟ ୨୫ ଜଣ ଛାତ୍ରଛାତ୍ରୀ ପ୍ରଥମ ବିଭାଗରେ ଉତୀର୍ଣ୍ଣ ହୋଇ ଅଭିଭାବକ ଓ ଅଂଚଳବାସୀଙ୍କ ଗୌରବ ବଢ଼ାଇଛନ୍ତି। ଏଥିରେ ୪ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖି ସଂସ୍ଥାର ସୁନାମ ଅକ୍ଷୁଣ୍ଣ ରଖିଛନ୍ତି। ସ୍ମୃତିଦୀପା ମହାନ୍ତି ୫୬୧ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ ମଞ୍ଜୁପ୍ରଭା ସାହୁ ୫୨୩, ଅନନ୍ୟା ପ୍ରିୟଦର୍ଶିନୀ ଦାଶ ୫୧୨, ଝାନସି ରାଣି ଦେହୁରା ୫୦୯ ଓ ଉଜ୍ଜ୍ୱଳ ପଣ୍ଡା ୪୮୮ ମାର୍କ ପାଇ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଆଦର୍ଶ ଗୁରୁକୁଳର ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ କାରଣ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ନିରଞ୍ଜନ ବେହେରା ମତ ପ୍ରକାଶ କରିଛନ୍ତି।। ସଂସ୍ଥାରେ ଅଧ୍ୟୟନ ପାଇଁ ଉପଯୁକ୍ତ ଓ ସୁସ୍ଥ ଶିକ୍ଷାମୂଳକ ପରିବେଶ ରହିଥିବାରୁ ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି। ଏହି ଅଭୂତପୂର୍ବ ସଫଳତା ପାଇଁ ପ୍ରାଣି ବିଜ୍ଞାନ ର ପ୍ରାଧ୍ୟାପକ ଡ଼ଃ ନିତ୍ୟାନନ୍ଦ ଦାଶ, ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର, ଗଣିତ ବିଭାଗ ଅଧ୍ୟାପକ ଭୂଲୋକ ସିଂହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଅନୁଷ୍ଠାନର ବରିଷ୍ଠ ପରିଚାଳକ ବାଇଧର ସାର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande