ଗ୍ରେନ ଏଟିଏମ୍ ଉଦଘାଟନୀ ସମୟରେ ଉତ୍ତେଜନା : ବ୍ରଜରାଜନଗର ଭାଜପା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ
Attack on bjp mandal president
ଗ୍ରେନ ଏଟିଏମ୍ ଉଦଘାଟନୀ ସମୟରେ ଉତ୍ତେଜନା : ବ୍ରଜରାଜନଗର ଭାଜପା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ


ଗ୍ରେନ ଏଟିଏମ୍ ଉଦଘାଟନୀ ସମୟରେ ଉତ୍ତେଜନା : ବ୍ରଜରାଜନଗର ଭାଜପା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ

ଝାରସୁଗୁଡା, , 22 ମେ (ହି.ସ.): ଝାରସୁଗୁଡା ମଙ୍ଗଳବଜାର ଅଞ୍ଚଳରେ ଶୁକ୍ରବାର ଆୟୋଜିତ ଗ୍ରେନ ଏଟିଏମ୍ ଉଦଘାଟନ କାର୍ଯ୍ୟକ୍ରମ ସମୟରେ ଉତ୍ତେଜନା ଦେଖାଦେଇଥିଲା । ବ୍ରଜରାଜନଗର ଭାଜପା ମଣ୍ଡଳ ସଭାପତି ତପନ ସ୍ୱାଇଁଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଝାରସୁଗୁଡା ଟାଉନ ଥାନାରେ ଶୁକ୍ରବାର ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉକ୍ତ ଗ୍ରେନ ଏଟିଏମ୍ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାରୁ ବ୍ରଜରାଜନଗରର ଅନେକ ଭାଜପା କର୍ମୀଙ୍କ ସହ ତପନ ସ୍ୱାଇଁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସେ ଠିଆ ହୋଇଥିବା ବେଳେ ୧୦ରୁ ୧୫ ଜଣ ଯୁବକ ସେଠାକୁ ଆସି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ପ୍ରେସମିଟ୍ କରି ବଦନାମ କରୁଥିବା କହି ତାଙ୍କୁ ମାଡ଼ ମାରିଥିବା ତପନ ସ୍ୱାଇଁ ଅଭିଯୋଗ କରିଛନ୍ତି ।

ଘଟଣା ପରେ ସେଠାରେ ଉପସ୍ଥିତ ଅନ୍ୟ ଭାଜପା କର୍ମୀମାନେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ତପନ ସ୍ୱାଇଁ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏନେଇ ଝାରସୁଗୁଡା ଏସଡିପିଓ ଉମାଶଙ୍କର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତପନ ସ୍ୱାଇଁଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ପ୍ରତିପକ୍ଷ ପକ୍ଷରୁ ମଧ୍ୟ ଅଭିଯୋଗ ଆସିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତ ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande