ବଡ଼ଟିକା ରେ ଜଳ ସଙ୍କଟ _ ପ୍ରକଳ୍ପ କାମ ଅଧାପନ୍ତରିଆ କରି ଠିକାଦାର ଛୁ
ବଲାଙ୍ଗିର, 22 ମେ (ହି.ସ.) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟିକା ରେ ଘୋର ଜଳ ସଙ୍କଟ ଦେଖିବାକୁ ମିଳିଛି | ପରିସ୍ଥିତି ଯେତେ ବି ଗମ୍ଭୀର ହେଉ ଲୋକେ ପୋଖରୀ ର ଗୋଳିଆ ପାଣିକୁ ଭରଷା କଲେଣି | ୫ ୱାର୍ଡ ବିଶିଷ୍ଟ ବଡ଼ଟିକା ଗାଁ ର ଜନସଂଖ୍ୟା ୪୫୦୦ ଉପରେ ହେବ | ଏତେ ଲୋକଙ୍କ ପାଇଁ ଗାଁ ରେ ୨ଟି ମାତ
ବଡ଼ଟିକା ରେ ଜଳ ସଙ୍କଟ _ ପ୍ରକଳ୍ପ କାମ ଅଧାପନ୍ତରିଆ କରି ଠିକାଦାର ଛୁ


ବଡ଼ଟିକା ରେ ଜଳ ସଙ୍କଟ _ ପ୍ରକଳ୍ପ କାମ ଅଧାପନ୍ତରିଆ କରି ଠିକାଦାର ଛୁ


ବଡ଼ଟିକା ରେ ଜଳ ସଙ୍କଟ _ ପ୍ରକଳ୍ପ କାମ ଅଧାପନ୍ତରିଆ କରି ଠିକାଦାର ଛୁ


ବଲାଙ୍ଗିର, 22 ମେ (ହି.ସ.)

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟିକା ରେ ଘୋର ଜଳ ସଙ୍କଟ ଦେଖିବାକୁ ମିଳିଛି | ପରିସ୍ଥିତି ଯେତେ ବି ଗମ୍ଭୀର ହେଉ ଲୋକେ ପୋଖରୀ ର ଗୋଳିଆ ପାଣିକୁ ଭରଷା କଲେଣି | ୫ ୱାର୍ଡ ବିଶିଷ୍ଟ ବଡ଼ଟିକା ଗାଁ ର ଜନସଂଖ୍ୟା ୪୫୦୦ ଉପରେ ହେବ | ଏତେ ଲୋକଙ୍କ ପାଇଁ ଗାଁ ରେ ୨ଟି ମାତ୍ର ନଳକୂଅ ଲୋକଙ୍କ ଶୋଷ ମେଣ୍ଟାଈ ପାରୁନାହିଁ | ରାତି ୩ଟାରୁ ଲୋକେ ନଳ କୂଅ ରେ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି | ଦୀନରାତି ଅହରହ ଚାଲୁଥିବା ରୁ ନଳକୂଅ ରୁ କମ ପାଣି ବାହାରୁଛି | ଯଦ୍ୱାରା ବାଧ୍ୟ୍ୟ ହୋଇ ପୋଖରୀ ର କାଦୁଅ ପାଣି ବ୍ୟବହାର କରୁଥିବା ଗ୍ରାମ ବାସୀ କହିଛନ୍ତି | ସୂଚନା ଯୋଗ୍ୟ ଯେ ଗ୍ରାମ ର ଜଳ କଷ୍ଟ ଦୂର କରିବାକୁ ଜଳ ଓ ପରିମଳ ବିଭାଗ ପକ୍ଷ ରୁ ଗାଁ ମୁଣ୍ଡରେ ଏକ ଓଭର ହେଡ଼ ଟାଙ୍କି ନିର୍ମାଣ କରାଯାଇଛି | ପାଇପ ପୋତା କାମ ବି ସରିଛି |ହେଲେ ଠିକାଦାର ର ମନମାନି ଯୋଗୁଁ ୨ ବର୍ଷ ଉପରେ ହେଲାଣି ନିର୍ମାଣ କାମ ସରିପାରୁ ନାହିଁ | ମନ୍ଥର ଗତିରେ ଠିକାଦାର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଗାଁ ର ବନ୍ଧ ପୋଖରୀ ଗୁଡିକ ମଧ୍ୟ ଶୁଖିବାକୁ ବସିଲାଣି | ଗ୍ରୀଷ୍ମ ପ୍ରବାହ ଆହୁରି ୨ମାସ ଜାରି ରହିବ | ଏଭଳି ସ୍ଥିତିରେ ପାଣି ସମସ୍ୟା ଆହୁରି ଗମ୍ଭୀର ହେବ ବୋଲି ଗ୍ରାମବାସୀ କହିଛନ୍ତି | ଏ ସମ୍ପର୍କ ରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁତିଭୂଷଣ ସାମଲ ଙ୍କୁ ଫୋନ କରି ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନଥିଲେ | ପ୍ରଶାସନ ତୁରନ୍ତ ପ୍ରକଳ୍ପ କୁ ସମ୍ପୂର୍ଣ କରିବାକୁ ଓ ବର୍ତମାନ ଗ୍ରାମ ର ପାଣି ସମସ୍ୟା କୁ ଦୃଷ୍ଟିଦେଇ ଜଳ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ ଦାବୀ ହୋଇଛି |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande