
ବଲାଙ୍ଗିର, ୨୨ ମଇ (ହି.ସ.)- ବଲାଙ୍ଗିର ଜିଲ୍ଳା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଠାରେ ବିଜେଡିର ଶତାଧିକ ମହିଳା କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ନାରୀ ସମ୍ମାନ, ସଶକ୍ତିକରଣ, ସୁରକ୍ଷା ଓ ସଂରକ୍ଷଣ ଉପରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଭିତ୍ତିକରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଆର ପ୍ୟାଲେସ ଠାରୁ ଏକ ବିଶାଳ ନାରୀ ଶୋଭାଯାତ୍ରା ଆରମ୍ଭ କରି ରାଜ୍ୟରେ ଆଇନ ଶୃଙ୍ଖଳା ନାରୀ ନିର୍ଯ୍ୟାତନା ଓ ୩୩ ପ୍ରତିଶତ ସଂରକ୍ଷଣରେ ବିଫଳତାକୁ ମୁଖ୍ୟ ମୁଦ୍ଦା ନିଆଯାଇଥିଲା । ଏ ସଂକ୍ରାନ୍ତରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରଯାଇଥିଲା । ପରେ ସମସ୍ତ ମହିଳାକର୍ମୀ ସ୍ଥାନୀୟ ଜିଆର ପ୍ୟାଲେସ ଠାରେ ଏକତ୍ରିତ ହୋଇ ଏକ ବିକ୍ଷୋଭ ସଭାର ଆୟୋଜନ କରଯାଇଥିଲା ।
କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ଯୁବ ନେତା ଗିରିରାଜ ସିଂ ମାଝୀ ଙ୍କ ନେତୃତ୍ଵ ନେଇଥିବା ବେଳେ ପାଟଣାଗଡ଼ ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଳା ବିଜେଡ଼ି ଜିଲ୍ଲା ସଭାପତି ସରୋଜ ମେହେର, ପୂର୍ବତନ ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଜିଲ୍ଳା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଲା ମାଝୀ, ବଲାଙ୍ଗିର ଜିଲ୍ଳା ପୂର୍ବତନ ଏସଡିସି ଶ୍ରୀମତୀ ନିରୁପମା ମାଝୀ, ମୁରିବାହାଲ ବ୍ଳକ ପୂର୍ବତନ ଅଧ୍ୟକ୍ଷ ହଂସରାଜ ଜୈନ, ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଉଦ୍ଧବ ବେହେରା, ମୁରିବାହାଲ ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ସୁନ୍ଦରମତି ବାଗ, ଜିଲ୍ଲା ସାଧାରଣ ସଂପାଦକ ଦେବରାଜ ବାରିକ, ରାଜ୍ୟ ଯୁବ ସାଧାରଣ ସଂପାଦକ ଅଜିତ ଯୋଶୀ, ରାଜ୍ୟ ମହିଳା ଉପ ସଭାପତି ଶ୍ରୀମତୀ ଗୋପା ମହାନନ୍ଦ, ଲାଳଚନ୍ଦ ପୁଟେଲ, ଆସାଦୁଲା୍ଲ ଖାନ, ଦେବରାଜ ୟାଦବ, ପିଙ୍କି ଖର୍ସେଲ, ସିତ୍ମନ କୈର, ପ୍ରେମିସ ବାଗ, ବିଶ୍ବନାଥ ସାହୁ, ଦ୍ରୋପଦ ନାଏକ, ପ୍ରସୁଦନ ମାଝୀ, ଅମିତ ସାହୁ, ଭବାନୀ ନାଗ, ରାମଚନ୍ଦ୍ର ରାଏ, ଦିପକ ଘିଭେଲା, ବିଷ୍ଣୁ ପ୍ରସାଦ ଯୁଏଡ, ଦୈତାରି ଭୋଇ, ମୁଜାଫର ଖାନ, ଆଶିଷ ବେହେରା, ସଚିନ ହଂସ, କୁନା ବଏ, ଚୈତନ୍ୟ ମାଝୀ, ଅଗସ୍ତି ବାଗ, ଗୋପାଳ ମେହେର, କାହ୍ନା ଯାଦବ, ତୁରେକେଲା ବ୍ଲକ, ବଙ୍ଗୋମୁଣ୍ଡା ବ୍ଲକ, ମୁରିବାହାଲ ବ୍ଳକ ର ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ମାନେ କଣ୍ଟାବାଞ୍ଜି କାଉନସିଲରମାନେ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଯୋଗଦାନ କରି ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଲ କରିଥିଲେ। ବିଜେଡ଼ି କାର୍ଯ୍ୟକର୍ତ୍ତା ଦିଲିପ ପୃଷ୍ଟି ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ