ସିପିଆଇ ର ଜିଲ୍ଲା ପରିଷଦ ବୈଠକ
ଜୟପୁର, 22 ମେ (ହି.ସ.) ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କୋରାପୁଟ ଜିଲ୍ଲା ପରିଷଦ ବୈଠକ ବରିଷ୍ଠ ସିପିଆଇ ନେତା ଶ୍ରୀ ଯୁଧିଷ୍ଠିର ରାଉଳ ଙ୍କ ସଭାପତିତ୍ବରେ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ଜିଲ୍ଲା ର ପାର୍ଟି ସଭ୍ୟ ନବୀକରଣ ସହ ନୂତନ ଶାଖା ଗଠନ
ସିପିଆଇ ର ଜିଲ୍ଲା ପରିଷଦ ବୈଠକ


ଜୟପୁର, 22 ମେ (ହି.ସ.) ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କୋରାପୁଟ ଜିଲ୍ଲା ପରିଷଦ ବୈଠକ ବରିଷ୍ଠ ସିପିଆଇ ନେତା ଶ୍ରୀ ଯୁଧିଷ୍ଠିର ରାଉଳ ଙ୍କ ସଭାପତିତ୍ବରେ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ଜିଲ୍ଲା ର ପାର୍ଟି ସଭ୍ୟ ନବୀକରଣ ସହ ନୂତନ ଶାଖା ଗଠନ ଓ ଆନ୍ଦୋଳନ କାର୍ଯ୍ୟକ୍ରମ ବିଷୟରେ ସୂଚନା । ଚୁଡ଼ାନ୍ତ ସଭ୍ୟ ତାଲିକା ଓ ଶାଖା ସଂଖ୍ୟା ଆସନ୍ତା ତା୨୭.୦୫.୨୦୨୬ରିଖ ଦିନ ରାଜ୍ଯ ଦପ୍ତର କୁ ପଠାଯିବ । ଜିଲ୍ଲା ପରିଷଦ ବୈଠକ କୁ ସମ୍ବୋଧିତ କରି ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ପରିଷଦର ନିଷ୍ପତ୍ତି ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ ପାର୍ଟିର ସାଂଗଠନିକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରି ଜନ ଆନ୍ଦୋଳନ ସଂଗଠିତ କରିବାକୁ ହେବ ମୋଦୀ - ଶାହା ସରକାର ଅମଳରେ ଦେଶରେ ବିଭାଜନବାଦୀ ବାତାବରଣ ତୀବ୍ର ହେବାରେ ଲାଗିଛି । ଦେଶକୁ ଆମେରିକା ର ଶରଣାଗତ କରି ଏକ ପ୍ରକାର ପରାଧିନତା ଆଡ଼କୁ ନେଇ ଚାଲିଛନ୍ତି। ଦରଦାମ୍ ବୃଦ୍ଧି ପାଇଛି । ପାଞ୍ଚଟି ରାଜ୍ୟର ନିର୍ବାଚନ ଦୃଷ୍ଟିରୁ ସବୁ ଠିକ୍ ଅଛି କହି ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ବ୍ୟୟ ସଙ୍କୋଚନ ଉପରେ ଉପଦେଶ ଦେଇ ପାଞ୍ଚୋଟି ଦେଶ ଗସ୍ତରେ ମୋଦୀ ଯାଇ ଇଟାଲୀ ପ୍ରଧାନମନ୍ତ୍ରୀ ଙ୍କୁ ମେଲୋନୀ ଙ୍କୁ ମେଲୋଡି ଟଫି ଉପହାର ଦେବା ଏବଂ ଯେଉଁ ଢଙ୍ଗରେ ରିଲ୍ସ କରି ଛାଡିଛନ୍ତି ତାହା ତାଙ୍କର ଉତ୍ତରଦାୟିତ୍ୱ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ଜନସାଧାରଣଙ୍କ ପ୍ରଶ୍ନ ହେଉଛି ଋଷିଆରୁ ଶସ୍ତା କଞ୍ଚା ତେଲ ଆଣି ବିଶୋଧନ କରି ପ୍ରାଇଭେଟ୍ କମ୍ପାନୀ ମାନେ ମାଲାମାଲ୍ ହେଉଥିବା ବେଳେ ମୋଦୀ ଶାହା ସରକାର କଣ୍ କରୁଥିଲେ ? ରାଜ୍ୟ ରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି। ଦିନ ଦିପହରେ ମର୍ଡର ରାହାଜାନୀ ବଢ଼ିଛି। ଏହି ସରକାର ଅମଳରେ ଆଦିବାସୀ ଙ୍କ ଠାରୁ ଜମି ଜଳ ଜଙ୍ଗଲ ର ଅଧିକାର ଛଡେଇ ନିଆଯାଉଛି । ସେବା କାଗଜ କଳ କୁ ପୁନରୁଦ୍ଧାର କରି ଚଲେଇବା ରେ ସିପିଆଇ ଓ ପ୍ରବାଦପୁରୁଷ ବିଜୁ ବାବୁଙ୍କ ସ୍ମୃତି ଉଲ୍ଲେଖ କରିଥିଲେ । ଆଗାମୀ ଜୁନ ଚାରି ତାରିଖ ରୁ ଦଶ ତାରିଖ ପର୍ଯ୍ୟନ୍ତ ପାର୍ଟି ଶିକ୍ଷା ଶିବିରର ରେ ଜିଲ୍ଲା ରୁ ତିନି ଜଣ ସାଥି ଯୋଗ ଦେବେ । ଅଗଷ୍ଟ ଛ' ତାରିଖରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଜୋନ୍ ଓ ଶାଖା ରେ ପଦଯାତ୍ରା କରି ସମ୍ବିଧାନ ସୁରକ୍ଷା ଓ ବିଜେପି ଆର୍ ଏସ୍ ଏସ୍ ର ବିଭାଜନକାରୀ ନିତୀ ବିରୋଧରେ ଜନ ଜାଗରଣ ସୃଷ୍ଟି କରାଯିବ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତମ ମଲ୍ଲିକ,ନନ୍ଦ ହରିଜନ, ସୁନୀତା ନାଗ୍, ପୁର୍ଣ୍ଣ ଚନ୍ଦ୍ର ସୁରୁ,କୁରୁମନାଥ ଭତରା,ପବନ ମହୁରିଆ ପ୍ରମୁଖ ଅନେକ ସାଥି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande