
ସମ୍ବଲପୁର,୨୨, ମେ (ହି.ସ.) ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସମ୍ବଲପୁର ଶାଖା ପକ୍ଷରୁ ସ୍ଥାନୀୟ ଉପହାର ପ୍ୟାଲେସ୍ରେ ଶୁକ୍ରବାର ଏକ ମେଗା ରିଟେଲ୍ କ୍ରେଡିଟ୍ ଆଉଟ୍ରିଚ୍ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ଅଫିସର ଡିଜିଏମ୍ ରବିବେଦୀ ଜୀ, ରିଜିଓନାଲ ହେଡ୍ ନୀରଜ ରଞ୍ଜନଙ୍କ ସହ ବ୍ୟାଙ୍କର ଅନ୍ୟାନ୍ୟ ଅଧିକାରୀ, ଗ୍ରାହକ, ଅଟୋମୋବାଇଲ୍ ଡିଲର ଏବଂ କର୍ମଚାରୀମାନେ ଯୋଗଦେଇଥିଲେ।
ଏହି କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାହକମାନଙ୍କୁ ସହଜ ଏବଂ ଦ୍ରୁତ ଭାବରେ ରିଟେଲ୍ ଋଣ ସୁବିଧା ପ୍ରଦାନ କରିବା। କାର୍ଯ୍ୟକ୍ରମରେ ଗ୍ରାହକମାନଙ୍କୁ ତୁରନ୍ତ ମାର୍ଗଦର୍ଶନ ସହ ଶୀଘ୍ର ଋଣ ପ୍ରକ୍ରିୟାର ସୁବିଧା ଦିଆଯାଇଥିଲା। ଏହି ଅବସରରେ ଯୋଗ୍ୟ ଗ୍ରାହକମାନଙ୍କୁ ସ୍ୟାଙ୍କସନ୍ ଲେଟର ବଣ୍ଟନ କରାଯାଇଥିଲା।
ସେହିପରି ବ୍ୟାଙ୍କ ପକ୍ଷରୁ ଅଟୋମୋବାଇଲ୍ ଡିଲରମାନଙ୍କ ସହ ବ୍ୟାପାରିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ଏମଓୟୁ ହ୍ୟାଣ୍ଡଓଭର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବ୍ୟାଙ୍କ କର୍ମକର୍ତ୍ତାମାନେ ଗ୍ରାହକମୁଖୀ ସେବା, ଦ୍ରୁତ ଋଣ ବଣ୍ଟନ ଏବଂ ଭାଗୀଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବା ପ୍ରତି ସଂସ୍ଥାର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ