କୋରାପୁଟରେ ନିର୍ମାଣ ସମ୍ପତ୍ତି ପରିଚାଳନା ଆଞ୍ଚଳିକ ପ୍ରଶିକ୍ଷଣ ଅନୁଷ୍ଠିତ
ଜୟପୁର, ୨୨ ମଇ (ହି.ସ.)- ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓ କୋରାପୁଟ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଆଜି ଦକ୍ଷତା ବିକାଶ କେନ୍ଦ୍ରରେ ନିର୍ମାଣ ସମ୍ପତ୍ତି ପରିଚାଳନା ପ୍ରଣାଳୀ ସମ୍ବନ୍
କୋରାପୁଟରେ ନିର୍ମାଣ ସମ୍ପତ୍ତି ପରିଚାଳନା ଆଞ୍ଚଳିକ ପ୍ରଶିକ୍ଷଣ ଅନୁଷ୍ଠିତ


ଜୟପୁର, ୨୨ ମଇ (ହି.ସ.)- ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓ କୋରାପୁଟ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଆଜି ଦକ୍ଷତା ବିକାଶ କେନ୍ଦ୍ରରେ ନିର୍ମାଣ ସମ୍ପତ୍ତି ପରିଚାଳନା ପ୍ରଣାଳୀ ସମ୍ବନ୍ଧୀୟ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରଶିକ୍ଷଣରେ କୋରାପୁଟ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବିଭାଗ ଅଧୀନସ୍ଥ ଛାତ୍ରାବାସ, ବିଦ୍ୟାଳୟ ଓ କାର୍ଯ୍ୟାଳୟ ଭଳି ନିର୍ମାଣ ସମ୍ପତ୍ତିର ସଠିକ ତଦାରଖ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଏହି ଡିଜିଟାଲ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି। ପ୍ରଶିକ୍ଷଣରେ ପୋର୍ଟାଲ ବ୍ୟବହାର, ତଥ୍ୟ ଦାଖଲ, ସମ୍ପତ୍ତି ଚିହ୍ନଟ ଓ ତୁରନ୍ତ ତଦାରଖ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଅଧିକାରୀମାନେ କହିଛନ୍ତି, ଭିତ୍ତିଭୂମି ପରିଚାଳନାରେ ସ୍ୱଚ୍ଛତା ଓ ଦକ୍ଷତା ପାଇଁ ନିର୍ମାଣ ସମ୍ପତ୍ତିର ତଥ୍ୟ ସମୟାନୁଯାୟୀ ଅଦ୍ୟତନ କରିବା ଆବଶ୍ୟକ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande