ଧାମରା ପାଇଁ ଗୌରବ ଆଣିଲେ ଦିପ୍ତୀମୟୀ
ଭଦ୍ରକ, ୨୨ ମଇ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତ ପାଇକସାହି ଗ୍ରାମର ଦିପ୍ତୀମୟୀ ଦାସ ଚଳିତ ବର୍ଷ +୨ ବିଞାନ ପରୀକ୍ଷାରେ ୫୬୩ନମ୍ବର ରଖି ଧାମରା ଅଂଚଳ ପାଇଁ ଗୌରବ ଆଣିଛନ୍ତି। ସେ ବାଲେଶ୍ୱର ଫକୀର ମୋହନ ଜୁନିୟର ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ତାଙ୍କର ଏହି ସଫଳତାର ଶ୍ରେୟ ସେ
DHAMARA RA GOURAB DIPTIMAYEE


ଭଦ୍ରକ, ୨୨ ମଇ (ହି.ସ.) - ଏହି ଜିଲାର ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତ ପାଇକସାହି ଗ୍ରାମର ଦିପ୍ତୀମୟୀ ଦାସ ଚଳିତ ବର୍ଷ +୨ ବିଞାନ ପରୀକ୍ଷାରେ ୫୬୩ନମ୍ବର ରଖି ଧାମରା ଅଂଚଳ ପାଇଁ ଗୌରବ ଆଣିଛନ୍ତି। ସେ ବାଲେଶ୍ୱର ଫକୀର ମୋହନ ଜୁନିୟର ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ତାଙ୍କର ଏହି ସଫଳତାର ଶ୍ରେୟ ସେ ନିଜର ପିତା ପଦ୍ମଲୋଚନ ଦାସ,ମାତା ଅନୁସୟା ଦାସ ଏବଂ ଫକୀର ମୋହନ ଜୁନିୟର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ସେ ଜଣେ ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି। ଏଥିସହ ଦିପ୍ତୀମୟୀ ଫକୀର ମୋହନ ବିଦ୍ୟାଳୟରେ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande