ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଇବୋଲା ସତର୍କତା ଜାରି
ଭୁବନେଶ୍ୱର, ୨୨ ମଇ (ହି.ସ.) - ବିଶ୍ୱରେ ଇବୋଲା ସଂକ୍ରମଣ ସ୍ଥିତିରେ ଭୁବନେଶ୍ୱର ବିମାନବନ୍ଦର ସତର୍କତା ଜାରି କରିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । ଏହାସହ ସେମାନଙ୍କର ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି ଯାଂଚ କରାଯିବ। କାହା ଉପରେ ସନ୍ଦେହ ହେଲେ ନିର୍ଦ୍ଦିଷ୍ଟ
Ebola


ଭୁବନେଶ୍ୱର, ୨୨ ମଇ (ହି.ସ.) - ବିଶ୍ୱରେ ଇବୋଲା ସଂକ୍ରମଣ ସ୍ଥିତିରେ ଭୁବନେଶ୍ୱର ବିମାନବନ୍ଦର ସତର୍କତା ଜାରି କରିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । ଏହାସହ ସେମାନଙ୍କର ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି ଯାଂଚ କରାଯିବ। କାହା ଉପରେ ସନ୍ଦେହ ହେଲେ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଆଧାରରେ ପରୀକ୍ଷା ହେବ। ବିଶେଷ କରି ବ୍ୟାଂକକ୍ ରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande