
କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲା ର କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ ମେରେଇନ ଓ ମାର୍ଶାଘାଇ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ନାଳଣ୍ଡିଅପାଳନ୍ଦ ଗ୍ରାମର ସୁମିତ୍ରା ବେହେରା (ବୟସ-୩୦)ଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ ଏବଂ କାଳନ୍ଦୀ ବେହେରା(ବୟସ-୫୫)ଙ୍କ ଠାରୁ ୧୬୦୦ କିଗ୍ରା ର ଗୁଡ ପୋଚ, ଗୋପାଲଜିପଟଣା ଗ୍ରାମର ଗଣେଶ୍ୱର ମଣ୍ଡଳ(ବୟସ-୫୦)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ଦେବନ୍ଦ୍ରନାରାୟଣପୁର ଗ୍ରାମର ଶାନ୍ତିଲତା ମିର୍ଧା(ବୟସ-୬୦)ଙ୍କ ଠାରୁ ୧୪ ଲିଟର ବିଦେଶୀ ମଦ, ଗଙ୍ଗପଡ଼ା ଗ୍ରାମର ସସ୍ମିତା ପାତ୍ର(ବୟସ -୪୮)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ଇତିପୁର ଗ୍ରାମର ପ୍ରତାପ ଚନ୍ଦ୍ର ପ୍ରଧାନ(ବୟସ-୪୪) ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ଗୋଗୁଆ ଗ୍ରାମର ଅଲେଖ ପ୍ରଧାନ(ବୟସ-୪୫) ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ ଓ ସନ୍ୟାସପୁର ଗ୍ରାମର ମଧୁସ୍ମିତା ବେହେରାଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି। ଏମାନଙ୍କ ପାକ୍ଷରୁ ସମୁଦାୟ ୧୭୩୭ ଲିଟର ବିଦେଶୀ, ଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୦୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଶ୍ରୀ ଛାଯାକାନ୍ତ ନାୟକ, ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର, ମିସ ଋତୁପ୍ରଭା ସ୍ୱାଇଁ ଓ ଅନ୍ୟ କର୍ମଚାରି ସାମିଲ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି