ଇଣ୍ଡିଆ ଟ୍ରେଡ ଏକ୍ସପୋ ଉଦଘାଟିତ : ରହିଛି ଦେଶ ବିଦେଶର ୮୦ ଷ୍ଟଲ
ପୁରୀ, ୨୨ ମଇ (ହି.ସ.)- ଇଣ୍ଡିଆ ଟ୍ରେଡ ଏକ୍ସପୋ ଦ୍ବିତୀୟ ଥର ପାଇଁ ପୁରୀ ଜଗନ୍ନାଥ ଧାମ ପୁରୀ ବଡଦାଣ୍ଡର ବଗଲା ଧର୍ମଶାଳା ପରିସରର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ୨୨ ତାରିଖରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ଦିନ ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲାରହିବ । ଓଡ଼ିଶା ସମେତ
ଇଣ୍ଡିଆ ଟ୍ରେଡ ଏକ୍ସପୋ ଉଦଘାଟିତ ଦେଶ ବିଦେଶର ୮୦ ଷ୍ଟଲ


ଇଣ୍ଡିଆ ଟ୍ରେଡ ଏକ୍ସପୋ ଉଦଘାଟିତ ଦେଶ ବିଦେଶର ୮୦ ଷ୍ଟଲ


ପୁରୀ, ୨୨ ମଇ (ହି.ସ.)- ଇଣ୍ଡିଆ ଟ୍ରେଡ ଏକ୍ସପୋ ଦ୍ବିତୀୟ ଥର ପାଇଁ ପୁରୀ ଜଗନ୍ନାଥ ଧାମ ପୁରୀ ବଡଦାଣ୍ଡର ବଗଲା ଧର୍ମଶାଳା ପରିସରର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ୨୨ ତାରିଖରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ଦିନ ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲାରହିବ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ବିଦେଶରୁ ଅନେକ ଷ୍ଟଲ ଖୋଲାଯାଇଛି । ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ ମିଳୁଅଛି । ଏହାକୁ ବରିଷ୍ଠ ଓ ପୂର୍ବତନ କାର୍ଯ୍ଯନିର୍ବାହୀ ଇଂଜିନିୟର ଜଳନ୍ଧର ପ୍ରଧାନ ଉଦଘାଟନ କରି କହିଲେ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମରେ ଏହି ମେଳା ବିଶ୍ବରେ ବେଶ ନାମ କରିଛି । ଦେଶ ବିଦେଶର କ୍ବାଲିଟି ସାମଗ୍ରୀ ଷ୍ଟଲରେ ଉପଲବ୍ଧ । ନୂଆ ଚିନ୍ତାଧାରା, ବ୍ଯବସାୟିକ ବନ୍ଧୁତା ଓ ସାମଗ୍ରିର ବିଶ୍ବସ୍ତରୀୟ ପ୍ରଚାର ପାଇଁ ଏହା ଉଦ୍ଦିଷ୍ଟ । ଟ୍ରେଡ ଏକ୍ସପୋ ର ଏମଡି ତାପସ ରଞ୍ଜନ ମହାନ୍ତି କହିଲେ, ଜଗତରନାଥ ଜଗନ୍ନାଥ । ତାଙ୍କରି ଧାମରେ ଜଗତର ବିଭିନ୍ନ ସ୍ଥାନରୁ ସାମଗ୍ରି ଓ ସରଞ୍ଜାମ ଆସିଛି । ଗତବର୍ଷ ବିକ୍ରି ଠାରୁ ଚଳିତବର୍ଷ ଭଲ ବିକ୍ରି ହେବ ବୋଲି ଆଶା କରିଛନ୍ତି । ୮ ଶହରୁ ଅଧିକ ଆଇଟମ ବିଭିନ୍ନ ଷ୍ଟଲରେ ରହିଛି । ବିଦେଶରୁ ୬ଟି ଦେଶ ଏହି ମେଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭାରତର ୨୦ଟି ରାଜ୍ୟରୁ ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ ଆସିଅଛି । ସମସ୍ତ ଷ୍ଟଲ ଗୁଡିକ ଏୟାରକଣ୍ଡିସନ କରାଯାଇଛି । ଇମାଜିନେସନ, ଇନୋଭେସନ ଓ ଇନସ୍ପିରେସନ ଆଶା ରଖି ସ୍ଯାଡୋ ସଂସ୍ଥା ଏହାକୁ ଆୟୋଜିତ କରିଅଛି । ଷ୍ଟଲ ମାନଙ୍କ ମଧ୍ୟରେ ବର୍ମାଟିକ ଚେୟାର ଓ କାଠ ସାମଗ୍ରୀ, ହେଲଥ ଫିଟନେସ ପାଇଁ ଭୁବନେଶ୍ଵର ଆଭା ଟ୍ରେଡ ର ବିଭିନ୍ନ ଯନ୍ତ୍ରପାତି ସମ୍ଭାର ଆଣିଛି । ସବୁଠାରୁ ଆକର୍ଷଣୀୟ ହେଉଛି ଫାଇପ୍ ଡି ଫଟୋଆର୍ଟ । ଶ୍ରୀକୃଷ୍ଣଙ୍କ ଫଟୋକୁ ସିଧା ଚାହିଁଲେ ବାଳକୃଷ୍ଣ ଓ ଡାହାଣ ପଟକୁ କଡେଇ ଚାହିଁଲେ କୃଷ୍ଣ ହସୁଛନ୍ତି ଏବଂ ବାମପଟକୁ ଚାହିଁଲେ କୃଷ୍ଣ ଆଖି ମିଟିମିଟି କରୁଛନ୍ତି ଟିକେ ଦୂରରୁ ଚାହିଁଲେ ପାଟି ଖୋଲୁଥିବା ଜଣାପଡୁଛି । ତନୁ କ୍ରିଏସନର ଜୁଏଲାରୀ, ବେଙ୍ଗଲ ହାଣ୍ଡିକ୍ରାପ୍ଟସ, କଲିକତାର ହେମା କପଡା ଫୁଲ, ମୁମ୍ବାଇର ମୁଖବାସ, ଷ୍ଟେନଲେସ ଷ୍ଟଲି ଇମିଣ୍ଟେସନ, କଲିକତାର ରୁମିଶ ଜୁଏଲାରୀ, ମ୍ୟାଜିକ ବ୍ଲୁଜୁମ, ସିଲେକ୍ ଶାଢି, ସୋଫା ଆଇଟମ, ଆଫଗାନିସ୍ତାନର ଦାମିକା ଡ୍ରାଏ ଫୁଡ, ପଞ୍ଜାବୀ ଡ୍ରେସ, କଲିକତାର ଶାଢି ବ୍ଲାଉଜ, ରୂପସିଙ୍ଗାର, ରାଜସ୍ଥାନର ଅତର ଓ ଚୁଟି କଳା ଓ ଲମ୍ବା ପାଇଁ ଆଦିବାସୀ ତେଲ ବିକ୍ରି ହେଉଛି । ଆସନ୍ତାକାଲି ଫୁଡ ଷ୍ଟଲ ଖୋଲିବ । ଟ୍ରେଡ ଏକ୍ସପୋ ର ସୁବ୍ରତ ମହାନ୍ତି ଓ ଅନ୍ଯାନ୍ଯ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande