କୁହୁଡି ମେଡିକାଲ ଜନ ଆରୋଗ୍ୟ ସମିତି ବୈଠକ
ଖୋର୍ଦ୍ଧା, ୨୨ ମେ (ହି.ସ.) ଖୋର୍ଦ୍ଧା, ଟାଙ୍ଗୀ ବ୍ଲକ କୁହୁଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତିର ପରିଚାଳନା ସଂସ୍ଥା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ତଥା ୧୦ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନାଙ୍କ ଅଧ
Kuhudi


ଖୋର୍ଦ୍ଧା, ୨୨ ମେ (ହି.ସ.) ଖୋର୍ଦ୍ଧା, ଟାଙ୍ଗୀ ବ୍ଲକ କୁହୁଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତିର ପରିଚାଳନା ସଂସ୍ଥା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ତଥା ୧୦ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନାଙ୍କ ଅଧ୍ୟକତା ଆୟୋଜିତ ସଭାରେ ରତନପୁର ସରପଂଚ ଗୁରୁବନ୍ଧୁ ବେହେରା, କୁହୁଡି ସରପଂଚ ପ୍ରିୟମ୍ବଦା ବେହେରା, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟ ରଞ୍ଜନ ନନ୍ଦ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତପନ କୁମାର ମଂଟୁ, କୁହୁଡି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଟୁନି ମହାରଣା, ଏମବିବିଏସ ଡାକ୍ତର ଅମିତ କୁମାର ସେଠୀ, ଏଏନଏମ ସସ୍ମିତା ମହାରଣା, ଫାର୍ମାସିଷ୍ଟ ପ୍ରତିମା ବେହେରା ସମେତ କମିଟି ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ।

ଉକ୍ତ ବୈଠକ ମାଧ୍ୟ୍ୟମରେ ମେଡିକାଲର ଉର୍ନ୍ନତି ନିମିତ ଆବଶ୍ୟକୀ ଉପକାରଣ, ମେଡିକାଲ ପରିସରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ, ପଂଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ମତ ପ୍ରକାଶ ପାଇଥିଲା। ତତ ସହିତ ରତନପୁର ସରପଂଚଙ୍କ ଦ୍ୱାରା ପଂଚାୟତ ପାଣ୍ଠିରୁ ନିର୍ମିତ ରୋଗୀଙ୍କ ସୁବିଧା ପାଇଁ ରେଷ୍ଟ ସେଡ ଓ ପ୍ରଚଣ୍ଡ ରୌଦ୍ରତାପରେ ଶୀତଳଜଳ ଯୋଗାଣ ବ୍ୟବସ୍ଥାକୁ ଉପସ୍ଥିତ ଅତିଥି ଓ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା କରିଥିଲେ। ଏହା ସହିତ ଆରୋଗ୍ୟ ସମିତିର ସମସ୍ତଙ୍କ ଉପସ୍ଥିତିରେ ଦୀର୍ଘ ଦିନ ଧରି ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ଅଧିନରେ ନିର୍ମାଣ ହୋଇଥିବା କୋଠା ଘରକୁ ଖୋଲା ଯାଇଥିଲା। ନିର୍ମାଣ ହୋଇଥିବା କୋଠାର ଭିତରେ ବହୁ ନିମ୍ନ ମାନର କାର୍ଯ୍ୟ ସାଙ୍ଗକୁ ଶୌଚାଳୟ, ପାଣି, ବିଜୁଳି କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ଜଣା ପଡିଥିଲା। ଯାହାକୁ ନେଇ ସ୍ଥାନୀୟ ଅଂଚଳ ବାସିନ୍ଦା ଦୁଃଖ ପ୍ରକାଶ କରିବା ସହ ଏହି ନିର୍ମାଣ କାର୍ଯ୍ୟର ସଠିକ ତଦାରଖ କରି ତୁରନ୍ତ ଏହି କୋଠାକୁ ସମ୍ପୂର୍ଣ କରିବାକୁ ସରକାରଙ୍କ ନିକଟରେ ସ୍ଥାନୀୟ ଲୋକପ୍ରତିନିଧି ଓ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି ।

-------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande