ରାଜସ୍ଵ ମନ୍ତ୍ରୀଙ୍କ ହକି ଷ୍ଟାଡ଼ିୟମ ପରିଦର୍ଶନ
ଝାରସୁଗୁଡା, ୨୨ ମଇ (ହି.ସ.)- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସରକାରୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଥିବାବେଳେ ଏଚ୍. କଟାପାଲିସ୍ଥିତ ହକି ଷ୍ଟାଡ଼ିୟମ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଷ୍ଟାଡ଼ିୟମରେ ଚାଲିଥିବା ଟର୍ଫ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀ
ରାଜସ୍ଵ ମନ୍ତ୍ରୀଙ୍କ ହକି ଷ୍ଟାଡ଼ିୟମ ପରିଦର୍ଶନ


ଝାରସୁଗୁଡା, ୨୨ ମଇ (ହି.ସ.)- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସରକାରୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଥିବାବେଳେ ଏଚ୍. କଟାପାଲିସ୍ଥିତ ହକି ଷ୍ଟାଡ଼ିୟମ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଷ୍ଟାଡ଼ିୟମରେ ଚାଲିଥିବା ଟର୍ଫ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହିତ ଅଫିସ ଗୃହ ପରିଦର୍ଶନ କରିଥିଲେ। ଷ୍ଟାଡ଼ିୟମର ଉନ୍ନତି ଓ ଖେଳାଳିମାନଙ୍କ ପାଇଁ ଆବଶ୍ୟକ ସୁବିଧା ବୃଦ୍ଧି ନେଇ ସମ୍ପୃକ୍ତ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ଚଳିତ ବର୍ଷ ଆନ୍ତଃ ରାଜ୍ୟ ସ୍କୁଲ ହକି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୧୪ ବର୍ଷ ବର୍ଗର ଖେଳାଳି ସାହିଦ ନାଏକ ଓ ୧୬ ବର୍ଷ ବର୍ଗର ଖେଳାଳି ବିବେକ ନାଏକଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ଖେଳି ଜିଲ୍ଲାର ନାମ ଉଜ୍ଜ୍ୱଳ କରିବାକୁ ସେ ଉତ୍ସାହିତ କରିଥିଲେ।

ଏହି ଗସ୍ତ ସମୟରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଓଡ଼ିଶା ହକି ଆସୋସିଏସନର ଉପସଭାପତି ଜୀବନ ମହାନ୍ତି, ସଭ୍ୟ ପ୍ରଜ୍ଜ୍ୱଳ ପଟେଲ, ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande