
ଜୟପୁର, 22 ମେ (ହି.ସ.) - ଜୟପୁର ବରିଷ୍ଠ ନାଗରିକ କଲ୍ୟାଣ ସମିତି କାର୍ଯ୍ୟାଳୟ ଠାରେ କିଶୋର ଚନ୍ଦ୍ର ହୋତାଙ୍କ ସଭାପତିତ୍ବରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଉପସଭାପତି ପ୍ରମୋଦ ପଣ୍ଡା ଓ ଶଙ୍କର୍ଷଣ ମିଶ୍ର ଏବଂ ସମ୍ପାଦକ ରାମଚନ୍ଦ୍ର ହୋତା ମଞ୍ଚାସୀନ ଥିଲେ। ସଭାପତିଙ୍କ ସ୍ବାଗତ ଭାଷଣ ପରେ ସ୍ବର୍ଗତ ବିଜୟ କୁମାର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଧେଶ୍ୟ ରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମିତିର ସଭାଗୃହ ଉନ୍ନତିକରଣ, ସଭ୍ୟବୃଦ୍ଧି ଓ ଅଧିକ ସଂଖ୍ୟାରେ ଉପସ୍ଥାନ ପାଇଁ ଆଲୋଚନା ହୋଇଥିଲା। ବରିଷ୍ଠ ନାଗରିକ ମାନଙ୍କ ସୁବିଧା ଅସୁବିଧାକୁ ନେଇ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଖଲି ପଟ୍ଟନାୟକ, ଚନ୍ଦ୍ରଶେଖର ନାୟକ, ସୁବାଷ ଚନ୍ଦ୍ର ହୋତା, ଶିବଶଙ୍କର ସିଂ, ବାବାଜୀ ଚନ୍ଦ୍ର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ହୋତା, ଚନ୍ଦ୍ରକାନ୍ତ ସୁତାର ଓ ଅନେକ ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ଶିବଶଙ୍କର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି