ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୫ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ : ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୨ ମଇ (ହି.ସ.)- ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୫ ଦିନ ଅର୍ଥାତ୍ ମଇ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଗରମ ଓ ଗୁଳୁଗୁଳି ନେଇ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ଦେବଗଡ଼, କେନ୍
ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୫ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ : ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୨ ମଇ (ହି.ସ.)- ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୫ ଦିନ ଅର୍ଥାତ୍ ମଇ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଗରମ ଓ ଗୁଳୁଗୁଳି ନେଇ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ।

ଅନୁରୂପ ଭାବେ ଗରମ ଓ ଗୁଳୁଗୁଳି ନେଇ ୨୩ ତାରିଖ ୧୫ ଜିଲ୍ଲା, ୨୪ ତାରିଖ ୧୮ ଜିଲ୍ଲା, ୨୫ ତାରିଖ ୧୮ ଜିଲ୍ଲା ଏବଂ ୨୬ ତାରିଖ ନିମନ୍ତେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande