ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ଯାଜପୁର ଜିଲ୍ଲାର ଯାଜପୁରରେ ସର୍ବାଧିକ ୨୬.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୨ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଯାଜପୁର ଜିଲ୍ଲାର ଯାଜପୁରରେ ସର୍ବାଧିକ ୨୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାର ଆଖୁଆପଦାରେ ୨୪.୦ ମି.ମି., କଟକ ଜିଲ୍ଲାର ତିଗିରିଆରେ ୨୩.୦ ମି.ମି., ଖୋ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ଯାଜପୁର ଜିଲ୍ଲାର ଯାଜପୁରରେ ସର୍ବାଧିକ ୨୬.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୨ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଯାଜପୁର ଜିଲ୍ଲାର ଯାଜପୁରରେ ସର୍ବାଧିକ ୨୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଭଦ୍ରକ ଜିଲ୍ଲାର ଆଖୁଆପଦାରେ ୨୪.୦ ମି.ମି., କଟକ ଜିଲ୍ଲାର ତିଗିରିଆରେ ୨୩.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୨୦.୦ ମି.ମି., ନୟାଗଡ଼ ଜିଲ୍ଲାର ନୂଆଗାଁରେ ୧୯.୫ ମି.ମି., ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡରେ ୧୭.୦ ମି.ମି., କଟକ ଜିଲ୍ଲାର ନରାଜରେ ୧୩.୨ ମି.ମି., ଯାଜପୁର ଜିଲ୍ଲାର ଦାନଗଦିରେ ୧୨.୨ ମି.ମି., ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ୧୦.୨ ମି.ମି. ଏବଂ ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ୧୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande