
ଜୟପୁର, ୨୨ ମଇ (ହି.ସ.)- ଓଡ଼ିଶା ଅମଲା ସଂଘର ରାଜ୍ୟ ନେତୃବୃନ୍ଦଙ୍କ ଅରାଜକତା, ଏକଛତ୍ରବାଦ ଓ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଦ୍ବାରା ବାରମ୍ବାର ବୈଠକ ହେବା ସହିତ ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା lତ୍ରୟବାର୍ଷିକି ସମ୍ମିଳନୀ କୋରାପୁଟ ଜିଲ୍ଲାରେ କରିବା ପାଇଁ ଦୀର୍ଘ ୨ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସଂଘ କୋରାପୁଟ ଜିଲ୍ଲାରେ ତ୍ରୟବାର୍ଷିକି ସମ୍ମିଳନୀ କରିବା ନେଇ ପ୍ରତିଶ୍ରୁତି ଦେଇ ଆସୁଥିଲେ। ପରିଶେଷରେ ରାଜ୍ୟ ସଂଘର କିଛି ନେତୃବୃନ୍ଦ ଲୁକ୍କାୟତ ବୈଠକ କରି ତ୍ରୟବାର୍ଷିକି ସମ୍ମିଳନି ପୁରୀ ଠାରେ କରିବା ନିମନ୍ତେ ସ୍ଥିର କରି କର୍ମକର୍ତ୍ତା ଚୟନ କରିଦେଇଥିବା ଖବର ପାଇବା ପରେ ବିଭିନ୍ନ ଜିଲ୍ଲାରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା l ଏଥିରେ କୋରାପୁଟ ଜିଲ୍ଲା ମଧ୍ୟ ତୀବ୍ର ବିରୋଧ କରିବା ସହିତ ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଜୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ କୋରାପୁଟ ଜିଲ୍ଲାରେ ୨୩.୦୫.୨୦୨୬ ଓ ୨୪.୦୫.୨୦୨୬ ( ଛୁଟି ଦିନରେ) ତ୍ରୟବାର୍ଷିକି ସମ୍ମିଳନି କରିବା ନେଇ ଗୃହ ବିଭାଗ ସଚିବଙ୍କୁ ପତ୍ର ଲେଖିଥିଲେ ଓ ଅନୁମତି ମାଗିଥିଲେ lଅପରପକ୍ଷରେ ରାଜ୍ୟ ସଂଘର କିଛି କୁଚକ୍ରାନ୍ତକାରୀ ନେତୃବୃନ୍ଦ ଚକ୍ରାନ୍ତ କରି ତା ୨୬ ଓ ୨୭ ମେ ୨୦୨୬ ରେ ପୁରୀ ଠାରେ ତ୍ରୟବାର୍ଷିକି ସମ୍ମିଳନି କରିବା ନେଇ ଗୃହ ବିଭାଗରୁ ଅନୁମତି ନେଇଛନ୍ତି l ଏହାକୁ ବିଭିନ୍ନ ଜିଲ୍ଲା ପକ୍ଷରୁ ବିରୋଧ କରାଯିବା ସହିତ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଥିବା ଓଡ଼ିଶା ଅମଲା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ଏଥିରେ ରାଜସ୍ବ ଅମଲାମାନେ ଓ ଜଣେ ଅବସରପ୍ରାପ୍ତ ରାଜସ୍ବ ଅମଲା ଏସବୁ ସମସ୍ୟା କରୁଥିବା କହିଛନ୍ତି lଓଡ଼ିଶା ସରକାର ତା ୦୬.୦୧.୨୦୨୬ ରିଖରେ ରାଜସ୍ବ ବିଭାଗକୁ ସ୍ବତନ୍ତ୍ର କ୍ୟାଡ଼ରର ମାନ୍ୟତା ଦେଇଥିଲେ ତେଣୁ ରାଜସ୍ବ ଅମଲାମାନେ ଯେଉଁମାନେ ଓଡ଼ିଶା ଅମଲା ସଂଘର ବିଭିନ୍ନ ପଦ ପଦବୀରେ ଅଛନ୍ତି ସେହିଦିନ ଠାରୁ ତାଙ୍କୁ ଓଡ଼ିଶା ସଂଘରୁ ବାହାର କରିଦେବା କଥା କିନ୍ତୁ ବର୍ତମାନ ସୁଦ୍ଧା ସେମାନେ କେମିତି ଓଡ଼ିଶା ସଂଘରେ ଅଛନ୍ତି ବୋଲି ଶ୍ରୀ ଦାଶ୍ ପ୍ରଶ୍ନ କରିଛନ୍ତି l ସେମାନେ ୨ଟି ସଂଘରୁ ଫାଇଦା ନେଉଥିବା କଥା ସେ କହିଛନ୍ତି। ପୁଣି ଅଗଷ୍ଟ ୨୦୨୫ ରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନରେ ଏମାନେ ଓଡ଼ିଶା ଅମଲା ସଂଘର ବିଭିନ୍ନ ପଦ ପଦବୀରେ ରହି ମଧ୍ୟ ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ କରୁଥିବା କଥା ଦୋହରାଇଛନ୍ତି l ଜଣେ ମାତ୍ର ବ୍ୟକ୍ତି ଯିଏକି ରାଜସ୍ବ ଅମଲା ସଂଘର ଆନ୍ଦୋଳନକୁ ବିରୋଧ ପ୍ରଦର୍ଶନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରିଥିବା ଶ୍ରୀ ଦାଶ୍ କହିଛନ୍ତି lଓଡ଼ିଶା ଅମଲା ସଂଘ ରାଜସ୍ବ ଅମଲା ସଂଘର ବିରୋଧି ହୋଇଥିବା ସ୍ଥଳେ ରାଜସ୍ବ ଅମଲା କିପରି ଓଡ଼ିଶା ଅମଲା ସଂଘର ତ୍ରୟୋବାର୍ଷିକି ସମ୍ମିଳନିରେ ଯୋଗଦାନ କରିବେ ବୋଲି ପ୍ରଶ୍ନ କରିବା ସହିତ ରାଜସ୍ବ ଅମଲା ମାନଙ୍କୁ ସ୍ବତନ୍ତ୍ର ଛୁଟି ନ ଦେବା ନିମନ୍ତେ ସଂଘର ସାଧାରଣ ସମ୍ପାଦକ ଗୃହ ବିଭାଗ ସଚିବ ଓ ରାଜସ୍ବ ବିଭାଗ ସଚିବଙ୍କୁ ପତ୍ର ଲେଖିଛନ୍ତି l ଯେହେତୁ ରାଜସ୍ବ ଅମଲା ସଂଘ ୨୦୦୮ ମସିହାରୁ ତା'ର ସ୍ବତନ୍ତ୍ର ସଂଘ ହୋଇ ସାରିଛି ଓ ଗୃହ ବିଭାଗ ଏହାକୁ ସ୍ଵିକୃତି ଦେଇଛନ୍ତି ସେମାନେ ଓଡ଼ିଶା ଅମଲା ସଂଘରେ ରହି ପାରିବେନି ବୋଲି ସେ କହିଛନ୍ତି, ଓଡ଼ିଶା ଅମଲା ସଂଘର ଅରାଜକତାକୁ ନେଇ ଶ୍ରୀ ଦାଶ୍ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି