୧୪ ଦଫା ଦାବି ନେଇ ପାଚିକା - ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ
ଜୟପୁର, ୨୨ ମଇ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ୧୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡିଶା ମିଳିତ ବିଦ୍ୟାଳୟ ପାଚିକା - ସହାୟିକା ସଂଘ । ସଂଘ ତରଫରୁ ୧୪ ଦଫା ଦାବିପତ୍ର ବିଇଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କର
- ୧୪ ଦଫା ଦାବି ନେଇ ପାଚିକା - ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ


ଜୟପୁର, ୨୨ ମଇ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ୧୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡିଶା ମିଳିତ ବିଦ୍ୟାଳୟ ପାଚିକା - ସହାୟିକା ସଂଘ । ସଂଘ ତରଫରୁ ୧୪ ଦଫା ଦାବିପତ୍ର ବିଇଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା - ସହାୟିକା ସଂଘର ଦାବି ଗୁଡିକ ମଧ୍ୟରୁ ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ପ୍ରଦାନ, ମାସିକ ସର୍ବନିମ୍ନ ମଜୁରୀ ନଦେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଘୋଷିତ ଦୈନିକ ସର୍ବନିମ୍ନ ମଜୁରୀ ପ୍ରଦାନ, ପାଚିକା ସହାୟିକା ମାନଙ୍କୁ ଭବିଷ୍ୟନିଧି ପାଣ୍ଠି ଓ ଇଏସଆଇ ପ୍ରଦାନ, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଅବସର ପରେ ୧୦ ହଜାର ଟଙ୍କା ମାସିକ ପେନସନ ପ୍ରଦାନ, କାର୍ଯ୍ୟ ସମୟରେ ମୃତ୍ୟୁବରଣ କଲେ ମୃତ୍ୟୁ ସହାୟତା ରାଶି ୫ ଲକ୍ଷ ପ୍ରଦାନ, ମଧ୍ୟାହ୍ନ ଭୋଜନ କାମ ବ୍ୟତିତ ପାଚିକା ସହାୟିକା ମାନଙ୍କୁ ଅନ୍ୟ କାମରେ ନିୟୋଜିତ କରାନଯାଉ, ପାଚିକା/ ସହାୟିକା ମାନଙ୍କୁ ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଦାନ, ସରକାର ବନ୍ଦ କରିଥିବା ବିଦ୍ୟାଳୟ ଗୁଡିକ ପୁନର୍ବାର ଚାଲୁ କରି ପାଚିକା/ସହାୟିକା ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ମଧ୍ୟାହ୍ନ ଭୋଜନର ପ୍ରସ୍ତୁତିର ଘରୋଇକରଣ ବନ୍ଦ କରାଯାଉ, ପାଚିକା ଓ ସହାୟିକା ମାନଙ୍କୁ ପ୍ରସବ କାଳୀନ ଛୁଟି ଅନ୍ତତଃ ପକ୍ଷେ ୬ ମାସ କରାଯାଉ ଏବଂ ପାଚିକା ସହାୟିକା ମାନଙ୍କୁ ଗ୍ରୀଷ୍ମ କାଳୀନ ଛୁଟି ସମୟରେ ସ୍କୁଲ କାର୍ଯ୍ୟ କରାଇବା ବନ୍ଦ କରାଯାଉ ଭଳି ଦାବି ରହିଥିଲା l

ଦାବୀ ପତ୍ର ପ୍ରଦାନ ସମୟରେ ଏଆଇୟୁଟିୟୁସି ରାଜ୍ୟ କମିଟି ସଦସ୍ୟ ବିଜୟ ସାହୁ, ଜିଲ୍ଲା ସଭାପତି କାହ୍ନୁଚରଣ ବିଶ୍ବାଳ, ଜିଲ୍ଲା ସଂପାଦକ ସୂର୍ଯ୍ୟ ବିଷୋୟୀ ପ୍ରମୁଖ ସମତ ଅନ୍ୟନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande