
ନୂଆପଡ଼ା,୨୨ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତିଖାଳି ଡ୍ୟାମ ପେଣ୍ଡରାବନ ପୁରୁଣା ବ୍ରିଜ ନିକଟରେ ଆଜି ଗାଧୋଇବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ଗ୍ରାମର ଗୋବିନ୍ଦ ମାଝୀ(୧୯) ବୋଲି ଜଣାପଡ଼ିଛି। ବଡବାଙ୍କି ଗ୍ରାମର ୪ ଜଣ ସାଙ୍ଗ ଗୋଧୋଇ୍ୱାକୁ ଆସିଥିବା ବେଳେ ଗୋବିନ୍ଦ ମାଝୀ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ମୃତଦେହ ଉଦ୍ଧାର କରିଥିବା ବେଳେ କୋମନା ପୋଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ