



ସମ୍ବଲପୁର,୨୨, ମେ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଂଚାୟତରେ ଦୁଇ ଦିନଧରି ଚାଲିଥିବା ନୂତନ ଆଧାର ପଞ୍ଜିକରଣ ଓ ସଂଶୋଧନ କାର୍ଯ୍ୟ ସମାପ୍ତ ହୋଇଯାଇଛି । ବୁଧୁବାର ଓ ଗୁରୁବାର ଦୁଇ ଦିନ ଆଧାର କାର୍ଡ ସଂଶୋଧନରେ ପ୍ରାୟ ଅଢେଇ ଶହରୁ ଉର୍ଦ୍ଧ୍ୱ ପଞ୍ଜିକରଣ ହୋଇଥିଲା। ମାତ୍ର ଇଂଟରନେଟ ଓ ନିୟୋଜିତ କର୍ମଚାରୀଙ୍କ ଦକ୍ଷତା ଅଭାବ ଯୋଗୁଁ ମାତ୍ର ୭୩ ଜଣଙ୍କର ଆଧାର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ସମ୍ଭବ ହୋଇପାରିଛି । ନିଜର ଆଧାର କାର୍ଡ ସଂଶୋଧନ ପାଇଁ ଦୂର ଦୁରାନ୍ତରୁ ଆସିଥିବା ଲୋକେ ନିଜର ଆଧାର କାର୍ଡ ସଂଶୋଧନ କରିନପାରି ପ୍ରଶାସନ ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଂଚାୟତରେ ଆଧାର ସଂଶୋଧନ ପାଇଁ ସମ୍ବଲପୁର ଡାକ ଅଫିସ କାର୍ଯ୍ୟଳୟକୁ ଏକ କ୍ୟାମ୍ପ କରାଯାଇଥିଲା । ଏହାକୁ ଆଂଚଳିକ ପ୍ରଶାସନ ଡାକ ଅଫିସ ର କର୍ମକର୍ତା ମାନେ ୱାଟସପ ମାଧ୍ୟ୍ୟମରେ ଏବଂ ବ୍ଲକର ସମସ୍ତ ପଂଚାୟତ ଓ ଗ୍ରାମାଂଚଳ ଗୁଡିକରେ ୍ୱିଜ୍ଞାପନ ଦ୍ୱାରା ଅବଗତ କରାଇଥିଲେ। ଏହି ୍ୱିଜ୍ଞାପନରେ ଜାତି ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ବୋର୍ଡ ସାର୍ଟିଫିକେଟ, ଇ - ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଜନ୍ମ ପ୍ରମାଣପତ୍ର ଭଳି ଅନ୍ୟାନ୍ୟ ଡକୁମେଣ୍ଟର ଆବଶ୍ୟକତା ଦର୍ଶାଯାଇଥିଲା । ଲୋକେ ବହୁ କଷ୍ଟରେ ଆବଶ୍ୟକୀୟ କାଗଜାତ୍ ଯୋଗାଡ କରି ଆଧାର କାର୍ଡ ସଂଶୋଧନ ପାଇଁ ଆବେଦନ କରି ହତାଶ ସୋଇଥିଲେ । ଏପରିକି ଆବଶ୍ୟକୀୟ ଡକ୍ୟୁମେଣ୍ଟ ବାବଦରେ ଗ୍ରାମର ଆଶା, ଏବଂ ଅଙ୍ଗନବାଡି ୱାର୍କର ମାନେ ମଧ୍ୟ ସଠିକ୍ ଭାବେ ଲୋକଙ୍କୁ ସଚେତନ କରାଇନଥିବା ନେଇ ଅଭିଯୋଗ ହୋଇଛି ।
ଫଳରେ ଆଧାର ଆଧାର କ୍ଯାମ୍ପ ଏକ ପ୍ରକାରର ପ୍ରହସନ ପାଲଟି ଯାଇଛି ।
ଯଶୋଦା ନାମ୍ନୀ ଜନୈକା ମହିଳା କୁହନ୍ତି ମୁଁ ମୋ ଛୁଆ ମାନଙ୍କ ପାଇଁ ଆଧାର ତିଆରି କରିବାକୁ ଆସିଥିଲି, ମୋ ନମ୍ବର ଆସିବା ବେଳକୁ ଆଧାର କର୍ମଚାରୀ କହୁଛନ୍ତି ଆମକୁ କଲର ରେସିଡେଣ୍ଟ ସାର୍ଟିଫିକେଟ ଦିଅ ହେଲେ ମୁଁ ଆଣିବି କେଉଁଠୁ ?
ସୁମନ୍ତ ପଟେଲ କୁହନ୍ତି ମୁଁ ଯେତେବେଳେ ଆଧାର ରେ ମୋ ବାପାଙ୍କ ନାମ ଏଠି ଆଡ଼ କରିବାକୁ କହିଲି ସେ କହୁଛନ୍ତି ଡିଜିଟାଲ ଭୋଟର କାର୍ଡ ଆଣନ୍ତୁ ମୋ ବାପା ତ କେତେ ବର୍ଷରୁ ସ୍ୱର୍ଗବାସ କରି ସାରିଛନ୍ତି ହେଲେ ଏବେ କଉଠୁ ଆଣିବି ଡିଜିଟାଲ ଭୋଟର କାର୍ଡ ।
ଗୋଲାପୀ ବଗର୍ତୀ ନାମକ ମହିଳା କୁହନ୍ତି କଲର ଡକ୍ଯୁମେଣ୍ଟ ସହ ମୁଁ ମୋ ଶିଶୁମାନଙ୍କ ତ୍ରୃଟିପୁର୍ଣ୍ଣ ନାମ ଆଧାରରେ ସଂଶୋଧନ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ ମଧ୍ୟ କାଉଣ୍ଟର ପାଖରେ ପହଂଚିଲା ବେଳକୁ ଆଉ ହେଇପାରିବ ନାହିଁ ବୋଲି ଫେରାଇ ଦେଲେ, ଯାହାକି ବହୁତ ଯନ୍ତ୍ରଣା ଦାୟକ।
ସଞ୍ଜୁଲତା ମୁଣ୍ଡା ନାମକ ମହିଳା କୁହନ୍ତି ମୁଁ ମୋ ଶିଶୁର ଆଧାର କାର୍ଡ ସଂଶୋଧନ କରିବାକୁ ଆସିଥିଲି। ମାତ୍ର ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କଥା, ୪୫ ଡିଗ୍ରୀ ତାପମାତ୍ରାରେ ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ଛୋଟଛୋଟ ଶିଶୁଙ୍କୁ କାଖେଇ ମାଁ ମାନଙ୍କର ଧାଡି ବାନ୍ଧିବା ଦୃଶ୍ୟ ଅତ୍ୟନ୍ତ କଷ୍ଟକର। ଏଭଳି ପରିସ୍ଥିତିରେ ଅଂଶୁଘାତ ଜନିତ ଆହାତ ହେଲେ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି ।
ଏହିପରି ଅନେକ ଲୋକଙ୍କ ଅନେକ ଅଭିଯୋଗ ଶୁଣିବାକୁ ମିଳିଥିଲା । ପୂର୍ବରୁ ଜନ୍ମ ପ୍ରମାଣ ପତ୍ରର ଆବଶ୍ୟକତା ନଥିଲା, ଆମେ ମୁର୍ଖ ଲୋକ ପାଠଶାଠ ପଢିନୁ । ଏତେ ଟାଣ ଖରାରେ ଆମେ କୋଉଠିକୁ ଯିବୁ ଓ କାହାଠାରୁ ପ୍ରମାଣପତ୍ର ଆଣିବୁ ସେ ସମ୍ପର୍କରେ ଆମର ଜ୍ଞାନ ନାହିଁ । କିନ୍ତୁ ଆଧାର କାର୍ଡ ସଂଶୋଧନରେ ଆବଶ୍ୟକ କାଗଜାତ୍ ଦେବାକୁ ଆମକୁ ବାଧ୍ୟ କରାଯାଉଛି ।
ଏଭଳି ସମସ୍ୟା ନେଇ ସମ୍ବଲପୁର ଡାକ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବୁଝୁଥିବା ଅଧିକାରୀ ସମ୍ବିତ ସାହୁଙ୍କୁ ଫୋନ୍ ଯୋଗେ ପଚାରିବାରେ ୍ୱିଜ୍ଞାପନ ସାହାଯ୍ୟରେ ସମସ୍ତଙ୍କୁ ଜଣାଇ ଦିଆଯାଇଛି । ଯାହାର କାଗଜ ପତ୍ର ଠିକ୍ ଠାକ୍ ନ ଥିବ ତାହାର ସଂଶୋଧନ ହୋଇପାରିବ ନାହିଁ ବୋଲି କହିଥିଲେ । ଏହାକୁ ନେଇ ଆମ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ କେବଳ ପୂର୍ବ ଦିନ ଲୋକଙ୍କୁ ୍ୱିଜ୍ଞାପନ ଦ୍ୱାରା ଅବଗତ କରାଯାଇଥିଲା । ମାତ୍ର ସଂଶୋଧନ ବେଳେ ଯେଉଁ ରଙ୍ଗୀନ କାଗଜର ଆବଶ୍ୟକତା ଉଠାଯାଇଛି କାଇଁ ସେ ସମ୍ପର୍କରେ ତ କିଛି କୁହାଯାଇ ନଥିଲା ? ଏଭଳି ସିଧାସଳଖ ପ୍ରଶ୍ନର ଉତର ଦେଇନପାରି ଶ୍ରୀ ସାହୁ ଫୋନ୍ କାଟି ଦେଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ବିଭିନ୍ନ ଯୋଜନା ଯେତେବେଳେ ଆଧାର କାର୍ଡ ସହ ସଂଯୁକ୍ତ କରାଯାଇଛି, ସେତେବେଳେ ବିଭିନ୍ନ ଯୋଜନାର ଆଶାୟୀ ହିତାଧିକାରୀଙ୍କ ତ୍ରୃଟି ଆଧାର କାର୍ଡର ସଂଶୋଧନ ହେବ କେବେ ?
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ