ରାଜ୍ୟପାଳଙ୍କ ଦ୍ୱାରା ସୋନପୁର ସ୍କାଉଟ ଓ ଗାଇଡ ପୁରସ୍କୃତ
ସୋନପୁର, ୨୨ ମଇ(ହି.ସ.) – ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥା ଦ୍ୱାରା ୨୦୨୫ ବର୍ଷ ପାଇଁ ଓଡ଼ିଶା ଲୋକଭବନ ଠାରେ ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ରାଜ୍ୟ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି। ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ବଂପତି ମୁଖ୍ୟ ଅତିଥି ଭାବ
ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସୋନପୁର ସ୍କାଉଟ ଓ ଗାଇଡ ପୁରସ୍କୃତ


ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ସୋନପୁର ସ୍କାଉଟ ଓ ଗାଇଡ ପୁରସ୍କୃତ


ସୋନପୁର, ୨୨ ମଇ(ହି.ସ.) – ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥା ଦ୍ୱାରା ୨୦୨୫ ବର୍ଷ ପାଇଁ ଓଡ଼ିଶା ଲୋକଭବନ ଠାରେ ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ରାଜ୍ୟ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି। ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ବଂପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍କାଉଟସ୍ ଓ ଗାଇଡସ ସଂସ୍ଥା ତରଫରୁ ଜିଲ୍ଲା ମୁଖ୍ୟ କମିଶନର ଶ୍ରୀମତୀ ମୀନାରାଣୀ ମଙ୍ଗଳଙ୍କ ନିର୍ଦ୍ଦେଶ କ୍ରମେ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବହରାର ସ୍କାଉଟ ମାଷ୍ଟର୍ ଚିନ୍ମୟ କୁମାର ଦାସ ଓ କୋଶଲ ଆବାସିକ ଉଚ୍ଚ ବିଦ୍ୟାଳୟ ସୋନପୁରର ଗାଇଡ କ୍ୟାପଟେନ୍ ସସ୍ମିତା ନାୟକଙ୍କ ତତ୍ୱାବଧାନରେ ୧୦ ଜଣ ସ୍କାଉଟ ଓ ଗାଇଡ ଯୋଗଦାନ କରି ମହାମହିମ ରାଜ୍ୟପାଳଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଥାଉ କି ପୂର୍ବରୁ ଅନୁଷ୍ଠିତ ହୋଇଥିବା ରଜ୍ୟପୁରସ୍କର ପରୀକ୍ଷାରେ ସୋନପୁର ଜିଲ୍ଲାରୁ ୧୭୩ ଜଣ ସ୍କାଉଟ ଓ ୮୦ ଜଣ ଗାଇଡ ଉତୀର୍ଣ୍ଣ ହୋଇଥିଲେ। ଜିଲ୍ଲା ଅତିରିକ୍ତ ମୁଖ୍ୟ କମିଶନର ଘନଶ୍ୟାମ ମେହେର, ଜିଲ୍ଲା ସମ୍ପାଦକ ବାଲାଜୀ ବିଶ୍ୱନାଥ, ସ୍କାଉଟ ସଂଗଠନ କମିଶନର ଅନନ୍ତରମ୍ ମେଣ୍ଡେଲି, ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ, ପଦ୍ମିନୀ ସାହୁ, ସନ୍ଧ୍ୟାରାଣୀ ଖେଟି, ଗଙ୍ଗାଧର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande