
ଜୟପୁର, 22 ମେ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଟାଙ୍କୁଆ ଗ୍ରାମପଞ୍ଚାୟତର ଜଣେ ଯୁବକ ଶଙ୍କର ପରଜା(୨୩) ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ନେଇ ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ମୃତଙ୍କ ପିତା ମନୁ ପରଜା ଲିଖିତ ଅଭିଯୋଗ କରିଛନ୍ତି ଯେ ଗତକାଲି ରାତି ପ୍ରତିଦିନ ପରି ତାଙ୍କ ବଡପୁଅ ଘରେ ଖାଇ ଶୋଇଥିଲା। ଭୋର ୪ଟା ସମୟରେ ମନୁ ଗାଧୋଇବା ପାଇଁ ଉଠିବା ବେଳକୁ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଲେ। ଝୁଲନ୍ତା ଶବକୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି