ମାର୍ଶଘାଇ ବ୍ଲକ କୃଷି ବିଭାଗରେ ବିହନ ଦୁର୍ନୀତି
ଚୋରା ଚାଲାଣ ବେଳେ ଘେରିଲେ ଜନ ସାଧାରଣ କେନ୍ଦ୍ରାପଡା ୨୨ ମଇ (ହି.ସ.) କୃଷି ଓ କୃଷକର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ମାଗଣାରେ ଯୋଗାଇ ଦେବାକୁ ଆସିଥିବା ବିହନରେ ବ୍ୟାପକ ଦୁର୍ନୀତି ହୋଇଛି କ୍ଷ ମାର୍ଶାଘାଇ ବ୍ଲକ କୃଷିବିଭାଗର ଅଧିକାରୀ ଓ କର୍ମଚାରୀମାନେ ମିଳିମିଶି ଏହି ସରକାରୀ ବିହନ
ମାର୍ଶଘାଇ ବ୍ଲକ କୃଷି ବିଭାଗରେ ବିହନ ଦୁର୍ନୀତି


ଚୋରା ଚାଲାଣ ବେଳେ ଘେରିଲେ ଜନ ସାଧାରଣ

କେନ୍ଦ୍ରାପଡା ୨୨ ମଇ (ହି.ସ.) କୃଷି ଓ କୃଷକର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ମାଗଣାରେ ଯୋଗାଇ ଦେବାକୁ ଆସିଥିବା ବିହନରେ ବ୍ୟାପକ ଦୁର୍ନୀତି ହୋଇଛି କ୍ଷ ମାର୍ଶାଘାଇ ବ୍ଲକ କୃଷିବିଭାଗର ଅଧିକାରୀ ଓ କର୍ମଚାରୀମାନେ ମିଳିମିଶି ଏହି ସରକାରୀ ବିହନ ହରିଲୁଟ କରିଥିବା ଅଭିଯୋଗ ହେଉଛି କ୍ଷ ଚାଷୀଙ୍କ କ୍ଷେତକୁ ଯିବା ବଦଳରେ ଏହି ବିହନ ଖୋଲା ବଜାରରେ ବିକ୍ରୟ କରାଯାଉଛି କ୍ଷ ଗତ କିଛି ଦିନ ତଳେ ବ୍ଲକ କୃଷି ବିଭାଗ ଗୋଦାମଗୃହରୁ ସରକାରୀ ମିନିକିଟ ମୁଗ ବିହନ ଗାଡ଼ିରେ ଲଦି ନେବାବେଳେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧି ଏହାର ବିରୋଧ କରିଥିଲେ କ୍ଷ ତେବେ ଅନୁରୂପ ଭାବେ ଶୁକ୍ରବାର ଚିନାବାଦାମ ଓ ସୂର୍ୟ୍ୟାମୁଖୀ ବିହନ ଏକ ଗାଡ଼ିରେ ଲଦି ବିକିବାକୁ ନେବା ସମୟରେ ସ୍ଥାନୀୟ ଲୋକ ଏହାର ବିରୋଧ କରିଥିଲେ କ୍ଷ ଏସମ୍ପର୍କରେ କୃଷି ବିଭାଗ ଖବର ପାଇ ମଧ୍ୟ ଘଟଣା ସ୍ଥଳକୁ ନ ଆସିବାରୁ ଅଟକ ଗାଡି ଘଟଣକ୍ଷ ସ୍ଥଳରୁ ପଳାଇଥିବା ସୂଚନା ମିଳିଛି କ୍ଷ ଅଭିଯୋଗ ଅନୁସାରେ, କୃଷି ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ନ୍ୟାସନାଲ ଫୁଡ ସିକ୍ୟୁରିଟି ମିଶନ (ଏନ ଏଫ ଏସ ଏମ ) ମାଧ୍ୟମରେ ସବୁଜ ମୁଗ ବିହନ ଓ ଜାତୀୟ ଖାଦ୍ୟ ତୈଳ ମିଶନ (ଏନ ଏମ ଇ ଓ )ମାଧ୍ୟମରେ ରେ ଚିନାବାଦାମ ବିହନ ଓ ସୂର୍ୟ୍ୟମୁଖୀ ବିହନ ଯୋଗାଇ ଦେଇଥିଲେ କ୍ଷ ଚାଷ ପାଇଁ ଉଦ୍ଧିଷ୍ଟ ଏହି ମାଗଣା ବିହନକୁ ମାର୍ଶାଘାଇ କୃଷିବିଭାଗ ଗୋଦାମ ଗୃହରେ ରଖାଯାଇଥିଲା କ୍ଷ ମାତ୍ର ଅଳ୍ପ ପରିମାଣର ବିହନ ହାତଗଣତି ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ବହୁଚାଷୀଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା କ୍ଷ ବିହନ ସରିଥିବା କହି ବହୁ ଚାଷୀଙ୍କୁ ବିଭାଗ ଫେରାଇଥିବା ବେଳେ ବେଆଇନ ଭାବରେ ମୁଗ, ଚିନାବାଦାମ, ସୂର୍ୟ୍ୟମୁଖୀ ବିହନ ଦୀର୍ଘ ଦିନଧରି ଗୋଦାମ ଗୃହରେ ମହଜୁଦ କରି ରଖାଯାଇଥିଲା କ୍ଷ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଥିବା ନେଇ ଭିଏଲଡବ୍ଲୁଙ୍କ ମାଧ୍ୟମରେ କାଗଜପତ୍ର ପ୍ରସ୍ତୁତ ହେବା ପରେ ବଳକା ବିହନକୁ ଦଲାଲ ମାଧ୍ୟମରେ ଖୋଲା ବଜାରରେ ବିକ୍ରୟର ବ୍ୟବସ୍ଥା ହୋଇଥିଲା କ୍ଷ ସରକାରୀ ଗୋଦାମ ଗୃହରୁ ଶୁକ୍ରବାର ଗାଡ଼ିରେ ଲଦି ବିହନ ବିକ୍ରୟ ହେବାକୁ ଯିବାର ଅଭିଯୋଗ ସମ୍ପର୍କରେ ବ୍ଲକ କୃଷି ଅଧିକାରିଣୀ ପ୍ରମୋଦିନୀ ପ୍ରଧାନଙ୍କୁ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିବା ସହିତ ଏସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି କ୍ଷସେହିପରି ଏ ସମ୍ପର୍କରେ ବ୍ଲକ କୃଷି ବିଭାଗର ଓଭରସିଅର ରଞ୍ଜନ ଦାସଙ୍କୁ ପଚାରିବାରୁ ବାଦାମ ବିହନ ଗୋଦାମରେ ରହି ଖରାପ ହୋଇଥିବାରୁ ଏହାକୁ ଦିଆଯାଇଥିବା କହିଛନ୍ତି କ୍ଷ ତେବେ ଚଳିତ ଋତୁରେ ଚାଷ ଉପଯୋଗୀ ସରକାରୀ ମୁଗ ବିହନ ଓ ସୂର୍ୟ୍ୟମୁଖୀ ବିହନ ଚାଷୀଙ୍କୁ ନଦେଇ କାହିଁକି ବାହାରେ ବିକ୍ରୀ କରାଗଲା ବୋଲି ପ୍ରଶ୍ନ ହେବାରୁ ସେ ନିରବ ରହିଥିଲେ କ୍ଷ ସେହିପରି ଏ ସମ୍ପର୍କରେ ଜୈନିକକ୍ଷ ଭିଏଲ ଡବ୍ଲୁଙ୍କୁ ପଚାରିବାରୁ ସେ କହାନ୍ତି, ସରକାର ବିହନ ଦେଉଥିଲେ ମଧ୍ୟ ଆମକୁ ଗାଡିଭଡା ମିଳୁନଥିବାରୁ ବିହନ ବିକି ଗାଡିଭଡା ଦେଉଛୁ ବୋଲି ପ୍ରକାଶ କରିଛନ୍ତି କ୍ଷ ଅନ୍ୟପକ୍ଷରେ, କୃଷିବିଭାଗର ଗୋଦାମ ଗୃହ ବ୍ଲକ କୃଷି ଅଧିକାରିଣୀଙ୍କ ଦାୟିତ୍ୱରେ ରହୁଥିବା ବେଳେ ତାଙ୍କ ଅଜାଣତରେ ଓ ତାଙ୍କ ଅନୁମତିବିନା ଚାଷୀଙ୍କୁ ଦିଆନଯାଇ ଶହ ଶହ କୁଇଣ୍ଟାଲ ବିହନ ଏଠାରେ ଗଛିତ ରଖାଯିବା ଓ କିଛିଦିନ ବ୍ୟବଧାନରେ ଏଠାରୁ ବିହନ ବିକ୍ରିପାଇଁ ପଠାଯିବା ସମ୍ଭବ କି ବୋଲି ଚାଷୀ ହିମାଂଶୁ ମହାପାତ୍ର, ଅରୁଣ ଦାସ, ସୁବାସ ପରିଡା, ଜୟନ୍ତ ନାୟକ, ସରୋଜ ରାୟ, ପରେଶ ପରିଡା ପ୍ରମୁଖ ପ୍ରଶ୍ନ କରିଛନ୍ତି କ୍ଷ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଚାଷୀ ମୁଲିଆ ସଂଘର ସଭାପତି ବିଧୁଭୂଷଣ ମହାପାତ୍ର, ସମ୍ପାଦକ ଫକୀର ଖଟୁଆ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି କ୍ଷ

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande