ବଲାଙ୍ଗିର ଜଙ୍କସନ୍ ରେ ଟ୍ରେନ ରହଣି ପାଇଁ ଆଜି ରେଳ ରୋକ
ବଲାଙ୍ଗିର, 22 ମେ (ହି.ସ.) ବିଶାଖାପାଟଣାରୁ ନୂଆଦିଲ୍ଲୀ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନକୁ ବଲାଙ୍ଗୀର ଜଙ୍କସନ ରେ ରହଣୀ ଦାବିକରି ସର୍ଵ ସାଧାରଣ ଏକ ରେଳ ରୋକା ର ଡାକରା ଦିଆ ଯାଇଚି। ପୁର୍ବରୁ ପ୍ରୟାଗ ରାଜ ଦିଲ୍ଲୀ ପାଈଁ ଏହି ଅଞ୍ଚଳ ରୁ ୩୦ ବର୍ଷ ହେଲା ଦାବୀ ହୋଈ ଆସୁଥିଲା। ରେଳ ଉପଭୋକ୍ତା ବ୍
ବଲାଙ୍ଗିର ଜଂସନ୍ ରେ ବିଶାଖା ପାଟଣା ନୂଆଦିଲ୍ଲୀ ୦୮୫୧୭ /୦୮୫୧୮ ରହଣି ପାଇଁ ଆଜି ବଲାଙ୍ଗିର ରେ ଦିନ ୧୦ ଟାରେ ରେଳ ରୋକ


ବଲାଙ୍ଗିର, 22 ମେ (ହି.ସ.) ବିଶାଖାପାଟଣାରୁ ନୂଆଦିଲ୍ଲୀ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନକୁ ବଲାଙ୍ଗୀର ଜଙ୍କସନ ରେ ରହଣୀ ଦାବିକରି ସର୍ଵ ସାଧାରଣ ଏକ ରେଳ ରୋକା ର ଡାକରା ଦିଆ ଯାଇଚି। ପୁର୍ବରୁ ପ୍ରୟାଗ ରାଜ ଦିଲ୍ଲୀ ପାଈଁ ଏହି ଅଞ୍ଚଳ ରୁ ୩୦ ବର୍ଷ ହେଲା ଦାବୀ ହୋଈ ଆସୁଥିଲା। ରେଳ ଉପଭୋକ୍ତା ବ୍ୟବସୀୟକ୍ ସଂଗଠନ, ଅଖିଲ ଭାରତୀୟ ଗ୍ରାହକ ପଞ୍ଚାୟତ ,ବଲାଂଗିର ନାଗରିକ କମିଟି ଅନ୍ୟ ସଂଗଠନ ଗୁଡ଼ିକ ରେଳ ବିଭାଗ ରେଳ ମନ୍ତ୍ରୀ ଙ୍କୁ ପତ୍ର ମଧ୍ୟମ ରେ ଦାବୀ କାରି ଆସୁଥିଲେ ଏବେ ଯେତେବେଳେ ବିଶାଖା ପାଟଣା ନୂଆଦିଲ୍ଲୀ ଗ୍ରୀଷ୍ମ କାଳୀନ ରେଳ ଚଳାଚଳ ଆରମ୍ଭ ହେବାକୁ ଯାଉଅଛି ସେତେବେ ଏହି ଜିଲ୍ଲା ସଦର ମହକୁମା ପଶ୍ଚିମ ଓଡ଼ଶା ର ବ୍ୟବସିୟିକ ଦୃଷ୍ଟିରୁ ଉତ୍ତମ ବ୍ୟବସାୟ ଦେଉଥିବା ବଲାଙ୍ଗିର ଜଂସନ୍ ଭଳି ରେଳ ଷ୍ଟେସନ କୁ ବାଡ ଦେଇ ବରଗଡ଼, କେସିଙ୍ଗା, ଟିଟିଲାଗଡ଼ ଭଳି ଷ୍ଟେସନ ରେ ରହଣୀ ବ୍ୟବସ୍ଥା ହୋଇଥିବା ବେଳେ ବଲାଂଗିର କୁ ବାଡ ଦେବା ଅଂଚଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସବୁଠାରୁ ଦୁଃଖର କଥା ହେଲା ବଲାଂଗିର ସାଂସଦ ସଙ୍ଗିତାକୁମାରି ସିଂହଦେଓ ସାଂସଦ କୁ ପାଞ୍ଚ ଥର ନିର୍ବାଚିତ ହୋଇ ଜାଇ ରେଲୱେ ବୋର୍ଡ ରେ ସଭ୍ୟ ଥାଇ ଦିଲ୍ଲୀ କୁ ସିଧା ସଳଖ ରେଳ ସଂଯୋଗ ଦାବୀ କରି ଆସୁଥିବା ବେଳେ ତାଙ୍କ ଦାବୀ କୁ ନଜର ଅନ୍ଦାଜ କରି ବଲାଂଗିର କୁ ପାତର ଅନ୍ତର କରାଯାଇ ଥିବା ରୁ ଆନ୍ଦୋଳନ ତୀବ୍ରତର ହେବାକୁ ଯାଉଥିବା ଦେଖା ଯାଇଚି। ଜାଣି ଶୁଣି ବଲାଂଗିର କୁ ବାଦ୍ ଦିଆ ଯାଉଛି ନା ଭୁଲ ବସତ୍ ଏହା ହୋଇଚି ତାହା ଜଣା ପଡୁନାହିଁ।

ପୁର୍ବରୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ରେଲ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ବଲାଙ୍ଗିର ଜଂସନ୍ ରେ ବିଶାଖା ପାଟଣା ନୂଆଦିଲ୍ଲୀ ୦୮୫୧୭/୦୮୫୧୮ ରହଣି ପାଇଁ ଅନୁରୋଧ କରିଛନ୍ତି।

ପୂର୍ବ ତଟ ରେଳବାଇ ଦ୍ୱାରା ଯାତ୍ରୀ ସୁବିଧାରେ ଏହି ଗୁରୁତର ତ୍ରୁଟି ପ୍ରତି ସେ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପତ୍ର ଲେଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande