


ବଲାଙ୍ଗୀର, ୨୨ ମଇ(ହି.ସ.) – ଆଜି ପ୍ରଥମକରି ବିଶାଖାପାଟଣାରୁ ନୂଆଦିଲ୍ଲୀକୁ ସିଧାସଳଖ ଟ୍ରେନ୍ସେବା ଆରମ୍ଭ ହେଲା। କିନ୍ତୁ ବଲାଙ୍ଗୀର ଷ୍ଟେସନରେ ଏହି ଟ୍ରେନ୍ର ଷ୍ଟପେଜ ନଥିଲା। ତେଣୁକରି ଏହାକୁ ନେଇ ବଲାଙ୍ଗୀରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦୃଷ୍ଟିଆକର୍ଷଣ କଲାପରେ ବିଧାୟକ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ରଲେଖି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ବଲାଙ୍ଗୀରରେ ବିଶାଖାପାଟଣା-ନୂଆଦିଲ୍ଲୀ(୦୮୫୧୭) ଓ ନୂଆଦିଲ୍ଲୀ-ବିଶାଖାପାଟଣା(୦୮୫୧୮) ରହଣୀ ଦାବିନେଇ ଆଜି ଶହଶହ ସଂଖ୍ୟାରେ ଲୋକ ରେଳରୋକୋ କରିବାକୁ ରେଳ ଷ୍ଟେସନରେ ରୁଣ୍ଡ ହୋଇଥିଲେ। ବିଜୁ ଜନତା ଦଳର ନେତା ଓ କର୍ମିଙ୍କ ସମେତ ବଲାଙ୍ଗୀର ରେଳ ଉପଭୋକ୍ତାସଂଘ, ବଲାଙ୍ଗୀର ନାଗରିକ କମିଟି, ବଲାଙ୍ଗୀର ବ୍ରାହ୍ମଣ ସମାଜ, ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ , ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ସମଲେଶ୍ୱରୀ ଆଳତି କମିଟି, କର୍ତବ୍ୟ ଫାଉଣ୍ଡେସନ, ବସ୍ ୟୁନିଅନ ଏସୋସିଏସନ ସମେତ ରୁଗୁଡ଼ିପଡ଼ା ଦୁର୍ଗା ପୁଜା କମିଟି ଇତ୍ୟାଦିର ଶହଶହ କର୍ମକର୍ତା ଆନ୍ଦୋଳନ ପାଇଁ ବଲାଙ୍ଗୀର ରେଳ ଷ୍ଟେସନରେ ପହଂଚିଲାବେଳେ ରେଳବିଭାଗର ଅଧିକାରୀମାନେ ଏହି ଟ୍ରେନ୍ ବଲାଙ୍ଗୀର ରେଳ ଷ୍ଟେସନରେ ୨ମିନିଟର ରହଣୀ ପାଇଁ ଅନୁମତି ପାଇଥିବା ସୂଚନା ଦେଇଥିଲେ। ଗତକାଲି ରାତିରେ ବିଧାୟକ କଳିକେଶଙ୍କ ପତ୍ରପାଇ ରେଳବିଭାଗ ଉପରମହଲକୁ ଯୋଗାଯୋଗ କରିଥିଲେ। ଶେଷରେ ଦୁଇମିନିଟ୍ର ଷ୍ଟପେଜ ପାଇଁ ଅନୁମତି ମିଳିଥିଲା। ଫଳରେ ଆନ୍ଦୋଳନ ପାଇଁ ଯାଇଥିବା ସଂଗଠନମାନେ ମିଳିତ ଭାବରେ ବିଜୟ ଉତ୍ସବ ପାଳିଥିଲେ। ବାଜାବଜାଇ, ନାଚି ଉତ୍ସବ ପାଳିଥିଲେ। ବଲାଙ୍ଗୀରବାସୀଙ୍କ ମିଳିତ ଦାବିକୁ ରେଳବିଭାଗ ସମ୍ମାନ ଜଣାଇଥିବାରୁ କୃତଜ୍ଞତା ଜଣାଇଥିଲେ। ତେବେ ବିଶାଖାପାଟଣା-ନୂଆଦିଲ୍ଲୀ(୦୮୫୧୭/୦୮୫୧୮) ଟ୍ରେନ୍କୁ ନୀୟମିତ ଚଳାଇବା ଓ ବଲାଙ୍ଗୀର ରେଳ ଷ୍ଟେସନ୍ରେ ଅନ୍ୟୁନ ୫ମିନିଟ୍ ରହଣୀ କରିବା ଓ ଦୈନନ୍ଦିନ ଇସ୍ପାତ ଟ୍ରେନ୍ର ସମୟ ସାରିଣୀକୁ ଉପଯୁକ୍ତ ସମୟରେ ଚଲେଇବାକୁ ଦାବିକରି ବଲାଙ୍ଗୀର ଷ୍ଟେସନ ମ୍ୟାନେଜର ପି.ସି. ମିଶ୍ରଙ୍କ ଜରିଆରେ କେନ୍ଦ୍ର ରେଳ ବିଭାଗକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆନ୍ଦୋଳନ ପାଇଁ ରେଳବିଭାଗର ଇଞ୍ଜିନିୟର ମନୋଜ ଓଝା, ବଲାଙ୍ଗୀର ଆଦର୍ଶ ଥାନାର ଆଇଆଇସି ଅବନୀ ସାହୁ, ଆର୍ପିଏଫ୍ ପୋଲିସ ଉପସ୍ଥିତ ରହି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଆଜିର ଏହି ଆନ୍ଦୋଳନରେ ବଲାଙ୍ଗୀର ବିଜୁ ଜନତାଦଳର ରାଜ୍ୟ ସମ୍ପାଦକ ଲକ୍ଷ୍ମଣ କୁମାର ମେହେର, ବଲାଙ୍ଗୀର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ, ନଗର ସଭାପତି ଶମ୍ଭୁ ନାଗ, ବିଜେଡି ଦଳର ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ, ବିଧୁଭୂଷଣ ତ୍ରୀପାଠୀ, ନରସିଂହ ବାଗ, ପ୍ରଦ୍ୟୁମ୍ନ ହୋତା, କାଉନସିଲରଗଣ, ଗୋଲାପ ବାଗ, ଶିବ ବେହେରା, ମୁନା ଖାନ, ଲେଙ୍କା ସାହୁ, ଚନ୍ଦ୍ରମଣୀ ତ୍ରିପାଠୀ, ଇରସାଦ ଆରାଖାନ, ଗଙ୍ଗାଧର ଚାନ୍ଦ, ଶତୃଘ୍ନ ବାଗ, ନନ୍ଦୀନି ପୋଢ଼, ସଞ୍ଜୁଲତା ଦନ୍ତା, ପ୍ରେମଲତା ନାଏକ, ପ୍ରତିମା ଛତ୍ରୀଆ, ପିଙ୍କି କବାଟ, ସନ୍ତଷିନୀ କୁଅଁର, ସନ୍ତୋଷ ଦନ୍ତା, ନାଗରିକ କମିଟିର ସଂପାଦକ ମଧୁସୂଦନ ନାଏକ, ଗୋପବନ୍ଧୁ ପୁରୋହିତ, ପର୍ଶୁରାମ ନାଏକ, ବ୍ରାହ୍ମଣ ସମାଜର ସଭାପତି ପ୍ରାଣବଲ୍ଲଭ ତ୍ରୀପାଠୀ, ସଂପାଦକ ନରେନ୍ଦ୍ର ଆଚାର୍ଯ୍ୟ, କିଶୋର ପୁରୋହିତ, ରେଳ ଉପଭୋକ୍ତା ସଂଘର ସଭାପତି ତରୁଣ କୁମାର ମିଶ୍ର, ଦିବାକର ହୋତା, ବିମଲ ଚକ୍ରବର୍ତି, ଶିବ ରଥ, ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଘର ସଭାପତି ଉପେନ୍ଦ୍ର ନନ୍ଦ, ସଂପାଦକ ଗୋବିନ୍ଦ ଚନ୍ଦ୍ର ଶତପଥି, କର୍ତବ୍ୟ ଅନୁଷ୍ଠାନର କାହ୍ନା ଶତପଥି ଯାଦବ ସମାଜରୁ ସନ୍ଦିବ ବାଗ ଓ ଖୁସିରାମ ଦିପ, ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ/ମହିଳା ସାମିଲ ହୋଇଥିଲେ। ଏହି ଅବସରରେ ବିଜୁ ଜନତାଦଳ ପକ୍ଷରୁ ବିଶାଖାପାଟଣାରୁ ଆସିଥିବା ପାସେଞ୍ଜରମାନଙ୍କୁ ଗ୍ଲୁକୋଜ ପାନୀୟ ବଂଟନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ