
କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – ଚଳିତ +୨ କଳା ଫଳାଫଳରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି ଘରୋଇ ଆବାସିକ ବିନାୟକ କୋଚିଙ୍ଗ ସେଣ୍ଟର ଛାତ୍ରଛାତ୍ରୀମାନେ। ଏହି କୋଚିଂ ସେଣ୍ଟରରେ ୧୨୩ଜଣ ଛାତ୍ରଛାତ୍ରୀ +୨ କଳାରେ ପରୀକ୍ଷା ଦେଇଥିଲେ। ୯୫ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ୬ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖିଛନ୍ତି ଜ୍ଝପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ରଶ୍ମିରେଖା ଦାସ ଯିଏକି ୯୩.୧୬%ହାରରେ ୫୫୯ମାର୍କ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଟପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରଶ୍ମିରେଖା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଅଟନ୍ତି। ରଶ୍ମିରେଖାଙ୍କ ଘର ମହାକାଳପଡ଼ା ବ୍ଲକ ବିଜୟନଗର ଗ୍ରାମରେ। ଏହି ସଫଳତା ପଛରେ କୋଚିଙ୍ଗ ସେଣ୍ଟରର ସମସ୍ତ ଅଧ୍ୟାପକ, କଲେଜର ଅଧ୍ୟାପକ, ବାପା ମାଙ୍କ ଆଶୀର୍ବାଦ ଓ କଠିନ ପରିଶ୍ରମ ଯୋଗୁ ଏହି ସଫଳତା ପାଇପାରିଛି ବୋଲି ରଶ୍ମିରେଖା କହିଛନ୍ତି ଜ୍ଝସେହିପରି ଗାୟତ୍ରୀ ସାହୁ ୫୫୦ଦ୍ୱିତୀୟ ଓ ସୁନିତାରାଣୀ ନାୟକ ୫୪୬ମାର୍କ ରଖି ଜିଲ୍ଲାର ତୃତୀୟ ସ୍ଥାନରେ ରହିଛନ୍ତି। ଅନୁଷ୍ଠାନର ନିର୍ଦେଶକ ଶ୍ରୀମନ୍ତ ସୌରଭ ଜେନା, ସମାଜସେବୀ ରାଜେଶ ପଣ୍ଡା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଭବିଷ୍ୟତର ଉତରତ୍ୱର କାମନା କରିଛନ୍ତି। ବାପା ଦିଲ୍ଲୀପ ଦାସ ଓ ମା ଦିପ୍ତିମୟୀ ଦାସ ଝିଅର ଏହି ସଫଳତା ପାଇଁ ବିନାୟକ କୋଚିଂ ସେଂଟରକୁ ଧନ୍ୟବାଦ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି