

ସମ୍ବଲପୁର, ୨୨ ମଇ(ହି.ସ.) – କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ସାଂସ୍କୃତିକ ସମ୍ବଳ ଏବଂ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷ ପାଇଁ ସମ୍ବଲପୁରର ବହୁ ଚର୍ଚ୍ଚିତା ଶ୍ରୀଜୀ ସାନବଡ଼ ପ୍ରକାଶିତ ଯୁବ କଳାକାର ବୃତି ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ଶୁକ୍ରବାର ପ୍ରକାଶିତ ମାଳିକାରେ ସାରା ଭାରତରେ ଲୋକନୃତ୍ୟ ବିଭାଗରେ ମୋଟ ୧୯ ଜଣ ପ୍ରତିଭାଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ କଳା ଓ କଳାକାର ଅନୁଷ୍ଠାନରେ ଗୁରୁ ରଂଜିତ ସାହୁଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ଶ୍ରୀଜୀଙ୍କୁ ଏହି ସଫଳତା ମିଳିଛି। ସେ ବିଗତ ୧୦ ବର୍ଷ ହେବ ଗୁରୁ ରଂଜିତ ସାହୁଙ୍କ ଠାରୁ ସମ୍ବଲପୁରୀ ଲୋକନୃତ୍ୟ ଶିକ୍ଷା ଗ୍ରହଣ କରି ଆସୁଛନ୍ତି। ସମ୍ବଲପୁରୀ ଲୋକନୃତ୍ୟ ଉପରେ ଆସନ୍ତା ଦୁଇବର୍ଷ ଗବେଷଣା ପାଇଁ ଶ୍ରୀଜୀଙ୍କୁ ଏହି ବୃତି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ