

ବୌଦ୍ଧ, ୨୨ ମଇ(ହି.ସ.) – ଦିର୍ଘ ଦିନ ପରେ ବୌଦ୍ଧ ଠାରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର ପ୍ରଦାନ ଓ ନାରୀ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଦଳର ଅନେକ ନେତା ଓ କର୍ମୀ ମାନେ ଦଳ ତ୍ୟାଗ କରି ଶାସକ ଦଳରେ ସାମିଲ ହେବା ପରେ ବିଜେଡି ଅନେକ ଦୁର୍ବଳ ହୋଇଥିବା ନେଇ ହେଉଥିବା ଆଲୋଚନାକୁ ଭୁଲ ପ୍ରମାଣିତ କରିବାରେ ଆଜି ବିଜେଡି ଅନେକାଂଶରେ ସଫଳ ହୋଇପାରିଛି। ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତାଦଳ ପକ୍ଷରୁ ବୌଦ୍ଧ ଜିଲ୍ଲା ସଭାନେତ୍ରୀ ଦିପ୍ତୀପ୍ରଭା ସ୍ୱାଇଁ ଙ୍କ ଅଧକ୍ଷତାରେ ବୌଦ୍ଧ ସହର ଠାରେ ଏକ ନାରୀ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଏକ ଶୋଭାଯାତ୍ରା ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯଇଛି। ପରେ ସ୍ଥାନୀୟ ଟାଉନ ହଲଠାରେ ଏକ ପ୍ରତିବାଦ ସଭା ଆୟୋଜନ ହୋଇଯାଇଛି। ସମ୍ପ୍ରତି ରାଜ୍ୟରେ କ୍ରମାଗତ ଭାବେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଚାଲିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହବିଭାଗ ନୀରବ ଏବଂ ଅପାରଗ ସାଜିଛିି। ୨୦୨୩ ମସିହାରୁ ସଂସଦରେ ମହିଳା ସରଂକ୍ଷଣ ବିଲ ପାରିତ ହୋଇସାରିଥିବା ସତ୍ୱେ ୨୦୨୪ ସାଧାରଣ ନିର୍ବାଚନ ରେ ତାହା କାର୍ଯ୍ୟକାରି କଲେନାହିଁ। ମୋଦୀ ସରକାର ମହିଳା ସରଂକ୍ଷଣ ବିଲ ଆଡୁଆଳରେ ସୀମାପୁନଃନିର୍ଦ୍ଧାରଣର ଯେଉଁ ଖେଳ ଖେଳୁଥିଲେ ଓଡିଶା ତାହାର ଅଧିକାର ହରାଇବାକୁ ଯାଉଥିଲା। ବିଜୁ ଜନତାଦଳର ଜଣେ ବି ଲୋକସଭା ସାଂସଦ ନଥିବାବେଳେ ପାର୍ଲାମେଣ୍ଟରେ ବିଜୁ ଜନତାଦଳ ବିରୋଧ କଲା ବୋଲି ଯେଉଁ ଡିଣ୍ଡିମ ଭାରତୀୟ ଜନତାପାର୍ଟି ପିଟୁଛି ଆଜିର ସମାବେଶ ତାହାର ଉଚିତ ଜବାବ ଦେଇଛି ବୋଲି ମତ ପ୍ରକାଶ ପାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସଭାପତି ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ବତନ ବିଧାୟକ ମହୀଧର ରଣା, ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ରାଜ୍ୟସମ୍ପାଦକ ଅଶୋକ ସାହୁ, ଅବକାଶ ସାହୁ କଳ୍ପନା ରାଣୀସାହୁ, ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଭାଗିରଥି ମଲ୍ଲିକ, ଜସ୍ମିନ ପ୍ରଧାନ, ପ୍ରଭାତ ପ୍ରଧାନ, ରବିଚନ୍ଦ୍ର ପ୍ରଧାନ, ଅଶ୍ୱିନୀ ପ୍ରଧାନ, କାର୍ତିକ ବେହେରା, ଈଶ୍ୱର ବେହେରା, ଦେବହରି ମହାଙ୍କୁଡ ପ୍ରମୁଖ ନାରୀ ଅଧିକାର ସମାବେଶରେ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସମ୍ପତ