ରାଜ୍ୟରେ ସାର ସଙ୍କଟ ନାହିଁ - ସମବାୟ ମନ୍ତ୍ରୀ
ଭୁବନେଶ୍ୱର, ୨୨ ମଇ (ହି.ସ.) - ରାଜ୍ୟରେ ସାରର ଅଭାବ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ସାର ଅଛି, କିଛି ସମସ୍ୟା ନାହିଁ। ମାର୍କଫେଡ୍ ରେ ୬୬ ହଜାର ୯୧୮ ମେଟ୍ରିକ୍ ଟନ୍ ସାର ମହଜୁଦ ଅଛି। ଖୁବ୍ ଶୀଘ୍ର ସାର ଉତ୍ପାଦନ ସ
pradeep bal samant


ଭୁବନେଶ୍ୱର, ୨୨ ମଇ (ହି.ସ.) - ରାଜ୍ୟରେ ସାରର ଅଭାବ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ସାର ଅଛି, କିଛି ସମସ୍ୟା ନାହିଁ। ମାର୍କଫେଡ୍ ରେ ୬୬ ହଜାର ୯୧୮ ମେଟ୍ରିକ୍ ଟନ୍ ସାର ମହଜୁଦ ଅଛି। ଖୁବ୍ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ। କଂଚାମାଲ୍ ଯୋଗାଣ ଅଭାବରୁ ଇଫ୍କୋରେ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଅଧିକ ଦିନ ଏଭଳି ଅବସ୍ଥା ରହିଲେ ସରକାର ବିକଳ୍ପ ବ୍ୟବସ୍ଥା କରିବେ। ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିଷ୍ପତି ନିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande