
ଭୁବନେଶ୍ୱର, ୨୨ ମଇ (ହି.ସ.) - ବାଲିପାଟଣା ଶ୍ରୀ ବୁଦ୍ଧନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବ୍ଲକ ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ପର୍ବରେ ୮ ଜଣ ଏ୧ ଗ୍ରେଡ ରଖି ପାସ୍ କରିଥିବା ଛାତ୍ରଛାତ୍ରୀ ଓ ୫୪ ଜଣ ଏ୨ ଗ୍ରେଡରେ ପାସ୍ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନେ ଏହି ବାଲିପାଟଣା ବ୍ଲକ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଆଜି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପଛରେ ସେମାନଙ୍କର ପିତାମାତା ଏବଂ ଶିକ୍ଷକଙ୍କ ଅବଦାନ ଖୁବ୍ ରହିଛି । ପିତାମାତାମାନେ ସେମାନଙ୍କ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ଶିକ୍ଷକମାନେ ଧୈର୍ଯ୍ୟ ଏବଂ ପ୍ରତିବଦ୍ଧତା ସହିତ ମାର୍ଗଦର୍ଶନ କରାଇ ଥିବାରୁ ଏହି ସଫଳତା ଛାତ୍ରଛାତ୍ରୀଙ୍କୁ ମିଳିଛି। ଆଜିର ଏହି ସମ୍ବର୍ଦ୍ଧନା ପର୍ବରେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇ, ଏ ଦାୟୀତ୍ୱକୁ ଆଗକୁ ଏମିତି ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା