କଟକ, ବରଗଡ଼ ଓ ଯାଜପୁରରେ ହସ୍ତତନ୍ତ ହବ୍ ଓ ପାର୍କ ପ୍ରତିଷ୍ଠା ନେଇ ବୈଠକ
ଭୁବନେଶ୍ୱର, ୨୨ ମଇ (ହି.ସ.) - କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍ ଓ ପାର୍କ ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଜିଲ୍ଲାର ଅଭିମାନପୁରଠାରେ ୧୩.୫୧ କୋଟି ଟଙ୍କା
କଟକ, ବରଗଡ଼ ଓ ଯାଜପୁରରେ ହସ୍ତତନ୍ତ ହବ୍ ଓ ପାର୍କ ପ୍ରତିଷ୍ଠା ନେଇ ବୈଠକ


ଭୁବନେଶ୍ୱର, ୨୨ ମଇ (ହି.ସ.) - କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍ ଓ ପାର୍କ ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କଟକ ଜିଲ୍ଲାର ଅଭିମାନପୁରଠାରେ ୧୩.୫୧ କୋଟି ଟଙ୍କା ବ୍ୟୟରେ ୨.୭୭ ଏକର ସ୍ଥାନରେ ଏ.ଆଇ ଓ ବ୍ଲକ ଚେନ ସମର୍ôଥତ ହସ୍ତତନ୍ତ ହବ୍ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ଏଠାରେ ପ୍ରଶାସନିକ କାର୍ଯ୍ୟାଳୟ ସହ ଅତିଥି ଗୃହ, ଡିସ୍ପ୍ଲେ ସପ୍, କପଡ଼ା ବୟନ କେନ୍ଦ୍ର ପ୍ରଦର୍ଶନୀ ଅଂଚଳ ସହ ବିକ୍ରୟ ଷ୍ଟଲ, ଗୋଦାମ ଗୃହ ଆଦି କ୍ଷେତ୍ର ନିର୍ମିତ ହେବ । ଏହା ସ୍ଥାନୀୟ ଅଂଚଳରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ଟେରାକୋଟା କ୍ଷେତ୍ରକୁ ଏକ ନୂତନ ଦିଗ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ।

ସେହିପରି ବରଗଡ଼ ଜିଲ୍ଲାରେ ୨୦ କୋଟି ଟଙ୍କା ବ୍ୟୟରେ ହସ୍ତତନ୍ତ ଓ ପୋଷାକ ପାର୍କ ପ୍ରତିଷ୍ଠା ନେଇ ଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ବରଗଡ଼ର ଗୋବିନ୍ଦପୁର ମଉଜାରେ ୯.୩୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣପୂର ଓ ବଲାଙ୍ଗିର ଅଂଚଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ଏଠାରେ ଲଙ୍ଗ ୱାରପିଂ, ୱାଇଡ଼ିଂ, ବୁଣା କାର୍ଯ୍ୟ ସହିତ ଉଚ୍ଚ ମାନର ସିଲାଇ ମେସିନ୍ ର ବ୍ୟବହାର କରି ୩୦୦ରୁ ଅଧିକ କାରିଗରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପୋଷାକ ପ୍ରସ୍ତୁତି ସମ୍ଭବ ହୋଇପାରିବ ।

ବରଗଡ଼ ଜିଲ୍ଲାର ବେହେରା ବାଲିଜୁରୀ ଠାରେ ବୁଣାକାର ହାଟ ସ୍ଥାପନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ହସ୍ତତନ୍ତ ପଣ୍ୟ ପ୍ରଦର୍ଶନ ଓ ବିକ୍ରୟ ପାଇଁ ୨୦୦୦ଟି ପିଣ୍ଡିର ବିକାଶ ସହ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ, ପାର୍କିଂ ବ୍ୟବସ୍ଥା ଓ ଫୁଡ୍ ଷ୍ଟଲ୍ର ବ୍ୟବସ୍ଥା ରହିବ । ୨୯.୧୨ ଏକର ଅଂଚଳରେ ନିର୍ମାଣ ହେବାକୁ ଥିବା ବୁଣାକାର ହାଟ ଲାଗି ୨୭.୫୭ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି ।

ସେହିପରି ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏଆଇ ଏବଂ ବ୍ଲକ୍ଚେନ୍ ସମର୍ôଥତ ହସ୍ତତନ୍ତ ହବ୍ ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି । ପ୍ରାୟ ୨ ଏକର ଜମିରେ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ହବ୍ ସିଲ୍କ ଶାଢ଼ି, ବସ୍ତ୍ର ଓ ଗୃହସଜ୍ଜା ସାମଗ୍ରୀ ଉତ୍ପାଦନ ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଏଠାରେ ଉତ୍ପାଦନ ଭିତିଭୂମି, ଯୋଗାଣ ଶୃଙ୍ଖଳ, ପ୍ରଶିକ୍ଷଣ ଓ ବିପଣନ ସୁବିଧା, ସ୍ୱତନ୍ତ୍ର ଷ୍ଟଲ୍, ପ୍ରଶାସନିକ କାର୍ଯ୍ୟାଳୟ ରହିବା ସହ ରେଶମ ଓଡ଼ିଶା ଆଉଟ୍ଲେଟ୍ ପ୍ରତିଷ୍ଠା କରାଯିବ ।

ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ପର୍ଯ୍ୟଟନ ବିଭାଗ କମିଶନ ତଥା ଶାସନ ସଚିବ ବଲବନ୍ତ ସିଂ, ନିର୍ମାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଇଂ ଏଲ୍.କେ. ପାଢ଼ୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଉପନିର୍ଦ୍ଦେଶକ( ବୟନଶିଳ୍ପ ) ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande