
ଭୁବନେଶ୍ୱର, ୨୨ ମଇ (ହି.ସ.) - ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଠାରେ ଏକ ସମୀକ୍ଷା ବୈଠକ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଲୋକଙ୍କ ଜୀବନ ବଂଚାଇବା ଓ ଚିକିତ୍ସା ବ୍ୟବସ୍ଥାକୁ ନବଦୀଗନ୍ତ ଦେବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଓ ଇନୋଭେସନ୍ ଉପରେ ଗୁରୁତ୍ୱ ଦେବାପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲ ଉପରେ ଅନେକ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ରହିଛି, ଯାହାକୁ ଗୁରୁତ୍ୱ ଦେଇ ଲୋକଙ୍କ ସରକାର ଏହାର ଉନ୍ନତିକୁ ପ୍ରାଥମିକତା ଦେଉଛନ୍ତି। ଜନସାଧାରଣ କିଭଳି ଭାବେ ସଠିକ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେସବୁକୁ ବିଶେଷ ଧ୍ୟାନ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା