
ଭୁବନେଶ୍ୱର, ୨୨ ମଇ (ହି.ସ.) - ପାରାଦ୍ୱୀପଠାରେ ବିଜେପିର ଜଗତସିଂହପୁର ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଅନ୍ତର୍ଗତ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ - ୨୦୨୬ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏଥିରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇ କହିଥିଲେ ଯେ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜୀବନ ଆଦର୍ଶ, ଅନ୍ତ୍ୟୋଦୟ ଭାବନା ଏବଂ ତାଙ୍କ ମୂଲ୍ୟବୋଧ ଆଜି ବି ଆମକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ସେବା ପାଇଁ ପ୍ରେରଣା ଯୋଗାଉଛି। ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ସମସ୍ତ କର୍ମକର୍ତା ଓ ସହକର୍ମୀମାନଙ୍କ ଉତ୍ସାହ ବାସ୍ତବରେ ପ୍ରଶଂସନୀୟ। ଆଗାମୀ ଦିନରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବା ପାଇଁ ଏହି ବର୍ଗ ଏକ ନୂତନ ଶକ୍ତି ପ୍ରଦାନ କରିବ।
ଏଥିରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଜଗତସିଂପୁର ବିଧାୟକ ଅମରେନ୍ଦ୍ର ଦାସ ଓ ଦଳର ବରିଷ୍ଠ ପଦାଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା