ରଥଯାତ୍ରା ପ୍ରସ୍ତୁତି ନେଇ ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ
ଭୁବନେଶ୍ୱର, 22 ମେ (ହି.ସ.) -ରଥଯାତ୍ରା ପ୍ରସ୍ତୁତି ନେଇ ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୃଙ୍ଖଳିତ ରଥ ଯାତ୍ରା ପାଇଁ ଆଲୋଚନା ହୋଇଛି,ସମସ୍ତଙ୍କ ମତ ନିଆଯାଇଛି କିପରି କାମ ଭଲରେ ହେବ । ସ୍ନାନ ଯାତ୍ରା ଠାରୁ ଆରମ୍ଭ କରି
ରଥଯାତ୍ରା ପ୍ରସ୍ତୁତି ନେଇ     ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ


ଭୁବନେଶ୍ୱର, 22 ମେ (ହି.ସ.) -ରଥଯାତ୍ରା

ପ୍ରସ୍ତୁତି ନେଇ ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ବୈଠକ ଅନୁଷ୍ଠିତ

ହୋଇଯାଇଛି । ଶୃଙ୍ଖଳିତ ରଥ ଯାତ୍ରା ପାଇଁ ଆଲୋଚନା ହୋଇଛି,ସମସ୍ତଙ୍କ ମତ ନିଆଯାଇଛି କିପରି କାମ ଭଲରେ ହେବ । ସ୍ନାନ ଯାତ୍ରା ଠାରୁ ଆରମ୍ଭ କରି

ନୀଳାଦ୍ରି ବିଜେ ଯାଏ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି । ଦଇତାପତି

ସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଲକ୍ଷଲକ୍ଷ ଭକ୍ତ କିପରି ଦର୍ଶନ ସୁରୁଖୁରୁରେ କରିବେ ସେଥିପାଇଁ

ଆଲୋଚନା ହୋଇଛି । ବରିଷ୍ଠ ଦଇତାପତିମାନେ ପରାମର୍ଶ ରଖିଛନ୍ତି । ପରାମର୍ଶକୁ ଗୁରୁତ୍ୱ ଦେଇ

ବିଚାରକୁ ନିଆଯାଇଛି । ସେବାୟତଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ସଂପର୍କ ଭଲଥିବା କାରଣରୁ

ଏପର୍ଯ୍ୟନ୍ତ କୌଣସି ବିବାଦ ହୋଇନି । ବୈଠକରେ ସମସ୍ତ ଏକ ମନ ଏକ ପ୍ରାଣ ହୋଇ କାମ କରିବେ

ବୋଲି ଆଶ୍ୱାସନା ଦେଇଛନ୍ତି । ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍ପି ଓ ସେବାୟତ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande