
ଭୁବନେଶ୍ୱର, 22 ମେ (ହି.ସ.)- ଅନ୍ତର୍ଜାତୀୟ
ଜୈବ ବିବିଧତା ଦିବସରେ ପ୍ରକୃତି ସୁରକ୍ଷା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଅପିଲ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଜୈବ
ବିବିଧତା ଦିବସ ଅବସରରେ, ଆସନ୍ତୁ “ବିଶ୍ୱସ୍ତରୀୟ ପ୍ରଭାବ ପାଇଁ ସ୍ଥାନୀୟ ସ୍ତରରେ କାର୍ଯ୍ୟ”
ବିଷୟବସ୍ତୁକୁ ଅଙ୍ଗୀକାର କରିବା ସହିତ ପ୍ରକୃତିର
ସୁରକ୍ଷା, ପରିସ୍ଥିତିତନ୍ତ୍ରର
ସଂରକ୍ଷଣ ଏବଂ ଆଗାମୀ ପିଢ଼ୀ ପାଇଁ ଏକ ସସ୍ଥାୟୀ ଭବିଷ୍ୟତ ଗଢ଼ି ତୋଳିବାରେ ଆମର ପ୍ରତିବଦ୍ଧତାକୁ
ଦୋହରାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା