ଲଡ଼କାପଲ୍ଲୀ ଛକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କଲେ ନବୀନ
ଲଡ଼କାପଲ୍ଲୀ ଛକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ୱର, ୨୨ ମଇ (ହି.ସ.) - ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର ଲଡ଼କାପଲ୍ଲୀ ଛକରେ ବସ ଓ ଅଟୋ ଭିତରେ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏ
np


ଲଡ଼କାପଲ୍ଲୀ ଛକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ୱର, ୨୨ ମଇ (ହି.ସ.) - ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର ଲଡ଼କାପଲ୍ଲୀ ଛକରେ ବସ ଓ ଅଟୋ ଭିତରେ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ଦୁର୍ଘଟଣାରେ ଆହତଙ୍କ ଉତମ ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନବୀନ ଲେଖିଛନ୍ତି ଗଞ୍ଜାମ ଲଡ଼କାପଲ୍ଲୀ ଛକରେ ବସ ଓ ଅଟୋ ଭିତରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୬ଜଣଙ୍କ ପ୍ରାଣହାନୀ ହେବା ସହ ଅନେକ ଆହତ ହୋଇଥିବା ଜାଣି ମୁଁ ଦୁଃଖିତ ଓ ମର୍ମାହତ। ମୃତକଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଉତମ ଚିକିତ୍ସା ଓ ଆଶୁଆରୋଗ୍ୟ କାମନା କରୁଛି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande