ରାଜା ରାମମୋହନ ରାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 22 ମେ (ହି.ସ.)- ବିଧାନସଭାର ବିରୋଧୀ ଦଳନେତା ନବୀନ ପଟ୍ଟନାୟକମହାନ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ରାଜା ରାମମୋହନ ରାୟଙ୍କୁ ଜଣେ ଦୂରଦର୍ଶୀ ଚିନ୍ତକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ତାଙ୍କର
ନବୀନ ପଟ୍ଟନାୟକ


ଭୁବନେଶ୍ୱର, 22 ମେ (ହି.ସ.)- ବିଧାନସଭାର ବିରୋଧୀ ଦଳନେତା ନବୀନ ପଟ୍ଟନାୟକମହାନ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି

ଜଣାଇଛନ୍ତି। ସେ ରାଜା ରାମମୋହନ ରାୟଙ୍କୁ ଜଣେ ଦୂରଦର୍ଶୀ ଚିନ୍ତକ ବୋଲି ବର୍ଣ୍ଣନା କରି

କହିଛନ୍ତି ଯେ, ତାଙ୍କର ଆଦର୍ଶ ଆଜି

ମଧ୍ୟ ପ୍ରଗତିଶୀଳ ସମାଜ ଗଠନରେ ପ୍ରେରଣା ଯୋଗାଉଛି।

ସୋସିଆଲ ମିଡିଆରେ ଜାରି

କରାଯାଇଥିବା ବାର୍ତ୍ତାରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜା ରାମମୋହନ ରାୟ ନାରୀ ସଶକ୍ତିକରଣକୁ ସମର୍ଥନ କରିଥିଲେ,

ଆଧୁନିକ ଶିକ୍ଷାର ଭିତିସ୍ଥମ୍ଭ ସୃଷ୍ଟି କରିଥିଲେ ଏବଂ

ଧାର୍ମିକ କଟ୍ଟରତା ଓ ସାମାଜିକ କୁସଂସ୍କାର ବିରୋଧରେ ସଂଘର୍ଷ କରିଥିଲେ।

ସେ ତାଙ୍କ ବାର୍ତ୍ତାରେ

କହିଛନ୍ତି ଯେ, “ମହାନ ସମାଜ

ସଂସ୍କାରକ ରାଜା ରାମମୋହନ ରାୟଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ସେ ଜଣେ ଦୂରଦର୍ଶୀ

ବ୍ୟକ୍ତିତ୍ୱ ଥିଲେ,

ଯିଏ ନାରୀମୁକ୍ତି, ଆଧୁନିକ ଶିକ୍ଷା ଏବଂ ଧାର୍ମିକ ରୁଢିବାଦ ବିରୋଧରେ ସଂଘର୍ଷର ନେତୃତ୍ୱ ନେଇଥିଲେ। ଜ୍ଞାନ,

ସଂସ୍କାର ଏବଂ ଧାର୍ମିକ କଟ୍ଟରତା ବିରୋଧରେ ତାଙ୍କର

ସଂଘର୍ଷ ଆମକୁ ଏକ ପ୍ରଗତିଶୀଳ ସମାଜ ଗଠନରେ ସଦା ପ୍ରେରଣା ଦେଇଚାଲିବ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande