ଆମ୍ ଆଦମି ପାର୍ଟିର ସାମ୍ବାଦିକ ସମ୍ମିଳନୀ ମଇ ୨୪ ସମାବେଶରେ ହେବ ସାଂଗଠନକ ସମୀକ୍ଷା
ଆମ୍ ଆଦମି ପାର୍ଟିର ସାମ୍ବାଦିକ ସମ୍ମିଳନୀ ମଇ ୨୪ ସମାବେଶରେ ହେବ ସାଂଗଠନକ ସମୀକ୍ଷା କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – ଆମ୍ ଆଦମି ପାର୍ଟି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଚଳିତ ମାସ ୨୪ ତାରିଖରେ ହେବାକୁ ଥିବା ରାଜ୍ୟ ସାଂଗଠନିକ ସମୀକ୍ଷା ବୈଠକ ଓ ଆଗାମୀ
---------------ଆମ୍ ଆଦମି ପାର୍ଟିର ସାମ୍ବାଦିକ ସମ୍ମିଳନୀ


ଆମ୍ ଆଦମି ପାର୍ଟିର ସାମ୍ବାଦିକ ସମ୍ମିଳନୀ

ମଇ ୨୪ ସମାବେଶରେ ହେବ ସାଂଗଠନକ ସମୀକ୍ଷା

କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – ଆମ୍ ଆଦମି ପାର୍ଟି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଚଳିତ ମାସ ୨୪ ତାରିଖରେ ହେବାକୁ ଥିବା ରାଜ୍ୟ ସାଂଗଠନିକ ସମୀକ୍ଷା ବୈଠକ ଓ ଆଗାମୀ ପଂଚାୟତ ଓ ପୈାର ନିର୍ବାଚନକୁ ଆଖି ଆଗରେ ରଖି ରଣକୈାଶଳ ସମୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ସମାବେଶରେ ରାଜ୍ୟସଭା ସାଂସଦ ସଂଜୟ ସିଂହ ଓ ଓଡିଶା ପ୍ରଭାରୀ ଦିଲ୍ଲୀ କ୍ୟାଣ୍ଟର ବିଧାୟକ ବିରେନ୍ଦ୍ର ସିଂହ କାଦିଆନ ଯୋଗଦେଇ ସାଂଗଠନିକ ସମୀକ୍ଷା ଓ ପଂଚାୟତ ଓ ପୈାର ନିର୍ବାଚନରେ ଆପ୍ର ପ୍ରାର୍ଥୀମାନେ ଅଧିକରୁ ଅଧିକ ସଫଳତା ପାଇବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସକ୍ରୀୟ କର୍ମୀମାନେ ଏହି ସମାବେଶରେ ଯୋଗଦେବେ। ଓଡିଶାରେ ପାର୍ଟିକୁ ଏକ ବିକଳ୍ପ ଭାବେ ଉପସ୍ଥାପନ କରିବା ପାଇଁ କେନ୍ଦ୍ରୀୟ ନେତୃବୃନ୍ଦ ଗୁରୁତ୍ୱ ଦେଉଥିବା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ସଭାପତି ସନ୍ଦିପ୍ତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଜିଲ୍ଲାରୁ ଶତାଧିକ କର୍ମୀ ଏହି ବୈଠକରେ ଯୋଗ ଦେବେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପ ସଭାପତି ତଥା ଗଣମାଧ୍ୟମ ସଂଯୋଜକ ବାନାମ୍ବର ସାହୁ, ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ ପରିଡା, ସଂଗଠନ ସଂପାଦକ କୁମୁଦ କୁମାର ରାଉତ ଓ ରୁଦ୍ର ପ୍ରସାଦ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande