ଇଂରାଜୀରେ ୧୦୦ରୁ ୧୦୨ ନେଇ ସିଏଚଏସଇର ସ୍ପଷ୍ଟୀକରଣ
ଏହା ଏକ ମୁଦ୍ରଣଜନିତ ତ୍ରୁଟି - ପରୀକ୍ଷା ନିୟନ୍ତ୍ରକ ଭୁବନେଶ୍ୱର, ୨୨ ମଇ (ହି.ସ.) - +୨ ପରୀକ୍ଷା ଫଳାଫଳ ପ୍ରକାଶରେ ତ୍ରୁଟି ନେଇ ସ୍ପଷ୍ଟୀକରଣ ରଖିଛି ସିଏଚଏସଇ। ଇଂରାଜୀରେ ୧୦୦ରୁ ୧୦୨ ନମ୍ବର ରଖିବା ନେଇ ସ୍ପଷ୍ଟୀକରଣ ରଖିଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା କହିଛନ୍ତି ଜ
chse


ଏହା ଏକ ମୁଦ୍ରଣଜନିତ ତ୍ରୁଟି - ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର, ୨୨ ମଇ (ହି.ସ.) - +୨ ପରୀକ୍ଷା ଫଳାଫଳ ପ୍ରକାଶରେ ତ୍ରୁଟି ନେଇ ସ୍ପଷ୍ଟୀକରଣ ରଖିଛି ସିଏଚଏସଇ। ଇଂରାଜୀରେ ୧୦୦ରୁ ୧୦୨ ନମ୍ବର ରଖିବା ନେଇ ସ୍ପଷ୍ଟୀକରଣ ରଖିଲେ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା କହିଛନ୍ତି ଜଣେ ବିଜ୍ଞାନ ଛାତ୍ରଙ୍କ ଇଂରାଜୀରେ ୧୦୦ରୁ ୧୦୨ ମାର୍କ ରହିଛି। ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ର ଏହି ମାର୍କ ରଖିଛନ୍ତି। ଏହା ଏକ ମୁଦ୍ରଣଜନିତ ତ୍ରୁଟି, ଖୁବ୍ ଶୀଘ୍ର ତ୍ରୁଟି ସୁଧାର କରାଯିବ। ଛାତ୍ରଙ୍କ ମାର୍କରେ କୌଣସି ଅସୁବିଧା ହେବ ନାହିଁ। ଏହା ଚୂଡ଼ାନ୍ତ ମାର୍କ ନୁହେଁ ବୋଲି ମାର୍କସିଟ୍ ତଳେ ଲେଖାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande