ଯୁକ୍ତ ୨ ପରୀକ୍ଷାରେ ତ୍ରୁଟି : ରେଭେନ୍ସା ଜୁନିୟର କଲେଜ ଛାତ୍ର ବିଶ୍ଵଜିତ ଓରାମ ଇଂରାଜୀ ବିଷୟରେ ୧୦୦ରୁ ୧୦୨ ମାର୍କ ପାଇଲେ
କଟକ, ୨୨ ମଇ (ହି.ସ.)- ଯୁକ୍ତ ୨ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି । ରେଭେନ୍ସା ଜୁନିୟର କଲେଜର ଜଣେ ଯୁକ୍ତ ୨ ଛାତ୍ର ବିଶ୍ୱଜିତ ଓରାମ ଇଂରାଜୀ ବିଷୟରେ ୧୦୦ରୁ ୧୦୨ ମାର୍କ ପାଇଛନ୍ତି । ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାକୁ ନେଇ ନିଜର ଭୁଲ୍ ସ୍ୱୀକାର କରିଛନ୍ତି ଉଚ୍ଚ ମ
ଯୁକ୍ତ ୨ ପରୀକ୍ଷାରେ ତ୍ରୁଟି : ରେଭେନ୍ସା ଜୁନିୟର କଲେଜ ଛାତ୍ର ବିଶ୍ଵଜିତ ଓରାମ ଇଂରାଜୀ ବିଷୟରେ ୧୦୦ରୁ ୧୦୨ ମାର୍କ ପାଇଲେ


କଟକ, ୨୨ ମଇ (ହି.ସ.)- ଯୁକ୍ତ ୨ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି । ରେଭେନ୍ସା ଜୁନିୟର କଲେଜର ଜଣେ ଯୁକ୍ତ ୨ ଛାତ୍ର ବିଶ୍ୱଜିତ ଓରାମ ଇଂରାଜୀ ବିଷୟରେ ୧୦୦ରୁ ୧୦୨ ମାର୍କ ପାଇଛନ୍ତି । ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାକୁ ନେଇ ନିଜର ଭୁଲ୍ ସ୍ୱୀକାର କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କର୍ତୃପକ୍ଷ । କର୍ତୃପକ୍ଷ ନିଜର ଅକ୍ଷମଣୀୟ ଭୁଲକୁ ସ୍ୱୀକାର କରିଛନ୍ତି । ଏହା କମ୍ପ୍ୟୁଟରଜନିତ ତୃଟୀ ହୋଇଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।

ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍ତି ଯେ, ଏହା କମ୍ପ୍ୟୁଟର ଜନିତ ତ୍ରୁଟି । ଏ ନେଇ ସଂଶୋଧନ କରାଯିବ । ଇଂରାଜୀ ବିଷୟରେ ୨୦ ମାର୍କ ଇଂଟରନାଲ ୮୦ ମାର୍କର ଥିଓରୀ ମାର୍କ ରହିଛି । ହେଲେ ରେଭେନ୍ସା ଜୁନିୟର ଛାତ୍ର ବିଶ୍ୱଜିତ ଓରାମଙ୍କ କ୍ଷେତ୍ରରେ ଇଂରାଜୀ ପେପର ଥିଓରୀରେ ବୋଧେ ୩ ମାର୍କ ଗ୍ରେସ୍ ଚଢ଼ିଛି । ଯାହା ଫଳରେ ୮୨ ମାର୍କ ହୋଇଯାଇଛି । ଆମେ ଏ ନେଇ ସ୍କ୍ରିନିଂ କରିବୁ । ଅନଲାଇନ୍ ରେ ମିଳିଥିବା ମାର୍କସିଟ୍ ରେ ତ୍ରୁଟି ଥାଇପାରେ ବୋଲି ସେ ସଫେଇ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande