




ବଲାଙ୍ଗିର, ୨୨ ମଇ (ହି.ସ.)- ଆନ୍ଦୋଳନ ହେବା ପୂର୍ବରୁ ଦାବି ପୂରଣ ହେଲା । ଶେଷରେ ଆଜି ବିଶାଖାପାଟଣା- ନୂଆଦିଲ୍ଲୀ ଦ୍ରୁତଗାମୀ ରେଳ 08517/ 08518 VSKP NDLS.NDLS VSKP ବଲାଙ୍ଗିର ଷ୍ଟେସନରେ ୨ ମିନିଟ୍ ରହିବା ପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଲୱେ ମୁଖ୍ୟ ଯାତ୍ରୀ ପରିବହନ ପରିଚାଳକ ଆଜି ସକାଳ ୭.୫୭ ମିନିଟରେ ଏହି ସୂଚନା ଦେଇ ବଲାଙ୍ଗିରରେ ଏହି ଟ୍ରେନ ୨ ମିନିଟ ରହିବ ବୋଲି ବାର୍ତାରେ କହିଛନ୍ତି।
ବଲାଙ୍ଗିରରେ ବିଶାଖାପାଟଣା ଭାୟା ପ୍ରୟାଗରାଜ୍ ଦିଲ୍ଲୀ ଟ୍ରେନ ରହଣୀ ଦାବି ନେଇ ଆଜି ସମସ୍ତ ବଲାଙ୍ଗିର ବାସୀ ଏକ ହୋଇ ରେଲୱେ ଷ୍ଟେସନରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାର ଆୟୋଜନ ଚାଲିଥିଲା । କିନ୍ତୁ ଆନ୍ଦୋଳନ ହେବା ପୂର୍ବରୁ ଦାବି ପୂରଣ ହୋଇଯାଇଥିବା ସୂଚନା ପରେ ସ୍ଵାଗତ ବିଜୟ ଉତ୍ସବ ପାଳନ ହୋଇଛି । ରେଳ ବିଭାଗ ପକ୍ଷରୁ ବଲାଙ୍ଗିରରେ ବିଶାଖାପାଟଣା ଭାୟା ପ୍ରୟାଗରାଜ୍ ଦିଲ୍ଲୀ ଟ୍ରେନ୍ ୨ ମିନିଟ୍ ରହଣୀ ପାଇଁ ଘୋଷଣା କରାଯାଇଥିବା ଆନ୍ଦୋଳନକାରୀଙ୍କୁ ସୂଚନା ମିଳିଛି । ଯାହାକୁ ନେଇ ଆଜି ସମସ୍ତ ବଲାଙ୍ଗିର ବାସୀ ଖୁସି ବ୍ୟକ୍ତ କରିବାକୁ ବାଜା ଗାଜାର ତାଳେ ତାଳେ ମିଠା ବଣ୍ଟନ କରି ରେଲୱେ ଷ୍ଟେସନରେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହା ସହ ବି କାଟାଗୋରିରେ ଆସୁ ଥିବା ଏହି ଷ୍ଟେସନରେ ଚଳାଚଳ କରୁଥିବା ସମସ୍ତ ରେଳ ଗୁଡିକ ପରି ରେଳ ବିଭାଗକୁ ୨ ମିନିଟ୍ ନୁହେଁ ବରଂ ୫ ମିନିଟ୍ ଟ୍ରେନ୍ ରହିବାକୁ ଦାବି କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ