ରାଜନଗର ବ୍ଲକରେ ସୁନାମୀ ମକ ଡ୍ରିଲ ଓ ପ୍ରସ୍ତୁତି କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ଲୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାଙ୍କ ମିଳିତ ପ୍ରୟାସରେ ରାଜନଗର ବ୍ଲକ ଅଧୀନ ତାଳଚୁଆ ପଂଚାୟତରେ ସୁନାମୀ ମକ୍ ଡ୍ରିଲ୍ ଏବଂ ସୁନାମୀ ପ୍ରସ୍ତୁତି କାର୍ୟ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ତାଳଚୁଆ ପଂଚାୟତ
---ରାଜନଗର ବ୍ଲକରେ ସୁନାମୀ ମକ ଡ୍ରିଲ ଓ ପ୍ରସ୍ତୁତି କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ଲୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାଙ୍କ ମିଳିତ ପ୍ରୟାସରେ ରାଜନଗର ବ୍ଲକ ଅଧୀନ ତାଳଚୁଆ ପଂଚାୟତରେ ସୁନାମୀ ମକ୍ ଡ୍ରିଲ୍ ଏବଂ ସୁନାମୀ ପ୍ରସ୍ତୁତି କାର୍ୟ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ତାଳଚୁଆ ପଂଚାୟତର ରାଜେଶ୍ୱରୀ ନଗର, ରାଜେନ୍ଦ୍ର ନଗର, ତାଳଚୁଆ, ଟିକାୟତ ନଗର ଏବଂ ବିରଭଞ୍ଜପୁର ସମେତ ୫ଟି ଗ୍ରାମରେ ଆୟୋଜିତ ଏହି ମକ୍ ଡ୍ରିଲ୍ରେ ପ୍ରାୟ ୪୦୦୦ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ। ଗ୍ରାମ ସ୍ତରର ବିପର୍ୟ୍ୟୟ ପରିଚାଳନା ଯୋଜନା ଓ ସୁନାମୀ ପ୍ରସ୍ତୁତି ଯୋଜନା ଅନୁସାରେ ସ୍ଥାନାନ୍ତରଣ ପ୍ରକ୍ରିୟାର ବ୍ୟବହାରିକ ଅଭ୍ୟାସ କରାଯାଇଥିଲା।ଏହି ଅଭ୍ୟାସ କାର୍ୟ୍ୟକ୍ରମ ସମୟରେ ଭାରତୀୟ ସୁନାମୀ ପ୍ରାରମ୍ଭିକ ଚେତାବନୀ କେନ୍ଦ୍ର ପକ୍ଷରୁ ପ୍ରାତଃ ୮ଟାରୁ ୧୧ଟା ପର୍ୟ୍ୟନ୍ତ ୫ଟି ଡମି ଟେଷ୍ଟ ବୁଲେଟିନ ପ୍ରସାରଣ କରାଯାଇଥିଲା। ସୁନାମୀ ସମୟରେ ପୂର୍ବ ସତର୍କ ସୂଚନା, ଯୋଗାଯୋଗ ବ୍ୟବସ୍ଥା, ଜରୁରୀ ନିଷ୍ପତି ଗ୍ରହଣ ଓ ସୁରକ୍ଷିତ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ୧୨ଟି ମାନକ ସୂଚକାଙ୍କ ଅନୁଯାୟୀ ମୂଲ୍ୟାଙ୍କନ ମଧ୍ୟ ସମ୍ପନ୍ନ ହୋଇଥିଲା। ତାଳଚୁଆ ପଂଚାୟତର ଗ୍ରାମବାସୀଙ୍କ ପାଇଁ ବାଘମାରୀ ଓ ରଙ୍ଗଣୀ ପଂଚାୟତର ବିଦ୍ୟାଳୟ ଏବଂ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ସୁରକ୍ଷିତ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇଥିଲା।କାର୍ୟ୍ୟକ୍ରମରେ ଙଝଊଗଇ ପକ୍ଷରୁ ଡିଜିଏମ ଜୟ ଜଗତ ସାହୁ ପର୍ୟ୍ୟବେକ୍ଷକ ଭାବେ ଯୋଗଦେଇଥିବା ବେଳେ ରାଜନଗର ବିଡିଓ ଅଶୋକ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନିତ୍ୟ ରଞ୍ଜନ ସାମଲ, ଡିପିଓ ଅଜୟ କୁମାର ମହାନ୍ତି, ପଂଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଗୁଡିଆ ଏବଂ ଜୀବନଦୀପ ଓ ଅନ୍ୱେଷଣ ଏନଜିଓର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ପର୍ୟ୍ୟାୟ ସୁନାମୀ ଅଭ୍ୟାସ କାର୍ଯ୍ୟକ୍ରମ। ପୂର୍ବରୁ ମହାକାଳପଡ଼ା ବ୍ଲକରେ ପ୍ରଥମ ପର୍ୟ୍ୟାୟ ସମ୍ପନ୍ନ ହୋଇଥିବା ବେଳେ ତୃତୀୟ ପର୍ୟ୍ୟାୟ କାର୍ୟ୍ୟକ୍ରମ ୨୯ ମେ ୨୦୨୬ରେ ଚାଳଚୁଆ ପଂଚାୟତର ୪ଟି ଗ୍ରାମ ଓ ବାଘମାରି ପଂଚାୟତରେ ଗୋଟିଏ ଗ୍ରାମ ପାଇଁ ସୁନାନୀ ଅଭ୍ୟାସ କରାଯିବ ଜ୍ଝ କେନ୍ଦ୍ରାପଡ଼ା ଜିଲ୍ଲାର ୧୫ଟି ଉପକୂଳବର୍ତୀ ଗ୍ରାମକୁ ପର୍ୟ୍ୟାୟକ୍ରମେ “ସୁନାମୀ ପ୍ରସ୍ତୁତ ସମ୍ପ୍ରଦାୟ” ଭାବେ ଗଢ଼ି ତୋଳିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଓଡ଼ିଶା ଛଅଟି ଉପକୂଳବର୍ତୀ ଜିଲ୍ଲାର ୩୮୨ଟି ସୁନାମି ପ୍ରବଣ ଗ୍ରାମ ମଧ୍ୟରୁ ଚବିଶ(୨୪)ଟି ଗ୍ରାମକୁ ସୁନାମି ପ୍ରସ୍ତୁତ କରି ସାରିଛି। ଭାରତ ମହାସାଗର ସୁନାମି ପ୍ରସ୍ତୁତ କାର୍ୟ୍ୟକ୍ରମ ଅଧୀନରେ ସୁନାମି ପ୍ରସ୍ତୁତ ଚିହ୍ନଟ କାର୍ୟ୍ୟକ୍ରମ କାର୍ୟ୍ୟକାରୀ କରିବାର ପ୍ରଥମ ପର୍ୟ୍ୟାୟରେ, ରାଜ୍ୟକୁ ଆନ୍ତଃସରକାରୀ ସମୁଦ୍ର ବିଜ୍ଞାନ କମିଶନ ଦ୍ୱାରା ଆନୁଷ୍ଠାନିକ ଭାବରେ 'ସୁନାମି ପ୍ରସ୍ତୁତ' ଭାବରେ ଏହାର ସମ୍ପ୍ରଦାୟର ମାନ୍ୟତା ମିଳିଛି। ୧୧ ନଭେମ୍ବର, ୨୦୨୪ରେ ଇଣ୍ଡୋନେସିଆର ଅନୁଷ୍ଠିତ ଦ୍ୱିତୀୟ ବିଶ୍ୱ ସୁନାମି ସିମ୍ପୋଜିୟମରେ ୟୁନେସ୍କୋ-ଓଙଉ ଓଡ଼ିଶାର ୨୬ଟି ଉପକୂଳବର୍ତୀ ଗ୍ରାମ (୨୪ଟି ନୂତନ ଏବଂ ୨ଟି ନବୀକରଣ)କୁ ସୁନାମି ପ୍ରସ୍ତୁତ ସମ୍ପ୍ରଦାୟ ଭାବରେ ମାନ୍ୟତା ଦେଇଥିଲା ଏବଂ ଓଘଉଙଓଝ କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande