ଯୁବକ ଓ ସମ୍ପର୍କୀୟଙ୍କୁ ହତ୍ୟା ଧମକ, ସଦର ଥାନାରେ ମାମଲା
କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମରେ ଜଣେ ଯୁବକ ସନ୍ତୋଷ କୁମାର ସେଠୀ ଓ ତାଙ୍କର ସମ୍ପର୍କୀୟଙ୍କୁ ଭୁବନ, ପ୍ରକାଶ, ଆକବର, ଶୁଭାଶିଷଙ୍କ ସମେତ୨୦ରୁ ଊର୍ଦ୍ଧ୍ୱ ଯୁବକ ମାଡ ମାରି ହତ୍ୟା ଧମକ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ
ଯୁବକ ଓ ସମ୍ପର୍କୀୟଙ୍କୁ ହତ୍ୟା ଧମକ, ସଦର ଥାନାରେ ମାମଲା


କେନ୍ଦ୍ରାପଡ଼ା, ୨୨ ମଇ(ହି.ସ.) – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମରେ ଜଣେ ଯୁବକ ସନ୍ତୋଷ କୁମାର ସେଠୀ ଓ ତାଙ୍କର ସମ୍ପର୍କୀୟଙ୍କୁ ଭୁବନ, ପ୍ରକାଶ, ଆକବର, ଶୁଭାଶିଷଙ୍କ ସମେତ୨୦ରୁ ଊର୍ଦ୍ଧ୍ୱ ଯୁବକ ମାଡ ମାରି ହତ୍ୟା ଧମକ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସନ୍ତୋଷଙ୍କ ଜଣେ ସଂପର୍କୀୟ ରାଜଶ୍ରୀ ସେଠୀ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଯେ ସନ୍ତୋଷ ଘରେ ଉପସ୍ଥିତ ନଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କ ଘର ନିକଟରେ ପହଂଚି ସନ୍ତୋଷଙ୍କୁ ବିଭିନ୍ନ ପ୍ରକାରର ଧମକ ଚମକ ଦେଇଥିଲେ। ଏପରିକି ମାରଣାସ୍ତ୍ର ଧରି ଆକ୍ରମଣ କରିବାର ଧମକ ଦେଇଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଅପରପକ୍ଷରେ ଯେଉଁମାନଙ୍କ ନାମରେ ମହିଳା ଜଣକ ଅଭିଯୋଗ କରିଛନ୍ତି ସେହି ଯୁବକମାନଙ୍କୁ ପଚରିବାରୁ ସେମାନେ କହିଲେ ଏହି ଅଭିଯୋଗ ଭିତିହୀନ। ସନ୍ତୋଷ ହେଉଛନ୍ତି ଜଣେ ଠିକାଦାର। ଜିଲା ଠିକାଦାର ମହାସଂଘର ନିଷ୍ପତି ଅନୁଯାୟୀ କୌଣସି ଠିକାଦାର ଲେସରେ କାମ ପକାଇଲେ ସଂପୃକ୍ତ ଠିକାଦାରଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରାଯିବ। ସନ୍ତୋଷ ଲେସରେ କାମ ପକାଇଥିବାରୁ ତାଙ୍କ ଘର ଆଗରେ ୨୦ରୁ ଊର୍ଦ୍ଧ୍ୱ ଠିକାଦାର ଧାରଣା ଦେଇଥିଲେ। କିନ୍ତୁ ସନ୍ତୋଷଙ୍କ ସଂପର୍କୀୟ ଏହାକୁ ଭିନ୍ନ ରଙ୍ଗ ଦେଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବୋଲି ଭୁବନ କହିଛନ୍ତି। ଧାରଣା ଦେବା ସମୟର ଭିଡିଓ ରେକର୍ଡି ହୋଇଛି ଓ ଏହାକୁ ପୁଲିସକୁ ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande