ଭାଜପା ମହିଳା ମୋର୍ଚ୍ଚାର ଜନ ଆକ୍ରୋଶ ସମାବେଶ
ଜୟପୁର, ୨୩ ମଇ(ହି.ସ.) – କୋରାପୁଟ ଜିଲ୍ଲା ବୋରିଗୁମ୍ମା ଜୋନ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ବୋରିଗୁମ୍ମା ମଣ୍ଡଳ ଅଂଚଳରେ ଏକ ବିଶାଳ ଜନ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଓ ମହିଳା ବିଲକୁବିରୋଧୀ ଦଳ ବିରୋଧ କରାଯାଇଥିବା ପ୍ରସଙ୍ଗକୁ ନେଇ ଭାଜପା ପକ୍ଷରୁ ଏହି ପ୍ରତିବାଦ କ
ଭାଜପା ମହିଳା ମୋର୍ଚ୍ଚାର ଜନ ଆକ୍ରୋଶ ସମାବେଶ


ଜୟପୁର, ୨୩ ମଇ(ହି.ସ.) – କୋରାପୁଟ ଜିଲ୍ଲା ବୋରିଗୁମ୍ମା ଜୋନ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ବୋରିଗୁମ୍ମା ମଣ୍ଡଳ ଅଂଚଳରେ ଏକ ବିଶାଳ ଜନ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଓ ମହିଳା ବିଲକୁବିରୋଧୀ ଦଳ ବିରୋଧ କରାଯାଇଥିବା ପ୍ରସଙ୍ଗକୁ ନେଇ ଭାଜପା ପକ୍ଷରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଓ ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆରମ୍ଭ ହୋଇ ଟ୍ରାଫିକ ଛକ ପର୍ଯ୍ୟନ୍ତ ପଦଯାତ୍ରା ବାହାରିଥିଲା। ପଦଯାତ୍ରାରେ ମହିଳା ମୋର୍ଚ୍ଚାର ଶତାଧୁକ କର୍ମୀ ଓ ନେତୃ ସାମିଲ ହୋଇ ବିରୋଧୀ ଦଳଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ମହିଳା ବିଲକୁ ବିରୋଧ କରି ମହିଳାମାନଙ୍କ ସ୍ୱାଭିମାନକୁ କଂଗ୍ରେସ ଓ ବିଜେଡ଼ି ଦ୍ୱାରା ଆଘାତ କରାଯାଇଛି ବୋଲି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଥିଲା ଓ ଏହି ସମାବେଶରେ ମହିଳା ମୋର୍ଚ୍ଚା ନେତ୍ରୀ ଦୀପାଞ୍ଜଳୀ ପଣ୍ଡା, ବାସନ୍ତୀ ଶତପଥୀ, ଅଞ୍ଜଳୀ ମିଶ୍ର, ସ୍ୱାତି ହୋତା, ସୀମା କରଣ, ଭବାନୀ ରେଡି ଓ ଅନ୍ୟ ଭାଜପା ନେତ୍ରୀ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୋରିଗୁମ୍ମା ମଣ୍ଡଳ ସଭାପତି ବିଘ୍ନେଶ୍ୱର ଷଡ଼ଙ୍ଗୀ, ରାଜ ସିଂ, ଶ୍ରୀନିବାସ ରାଓ, ଚକ୍ର ଗାଦବ, ସିମାଂଚଳ ମହାରଣା, ପ୍ରବୀନ, ଜଗଦୀଶ, ମାନସ ରଥ, ନରହରି ପେଂଟିଆ, ଗଜେନ୍ଦ୍ର ବିଶୋଇ, ରଞ୍ଜନ ମିଶ୍ର,ସରଭ ଦୋରାଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତା ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande