

ହରିଚନ୍ଦନପୁର, ୨୩ ମଇ (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶକୁ ଆଖିରେ ରଖି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ କୌଣସି ସୂତ୍ରରୁ ଖବର ପାଇ ସ୍ପୋସାଲ ପୋଲିସ ଫୋର୍ସ, ଦେବଗଡର ୪ର୍ଥ ଆଇଆରବି ବାଟାଲିଅନ ମୁତୟନ କରି ବଡ ଧରଣର ଗୋରୁ ମାଫିଆଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା କୁଲାଢାଙ୍କୁଣୀ ଗ୍ରାମ ନିକଟରୁ ୨୫ରୁ ଉର୍ଦ୍ଧ ଗୋରୁ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଏଥିସହ ୩ଟି ବୋଲେରୋ ନମ୍ବର ଓଆର୍ ୧୧ ଇ ୮୭୪୫, ଓଆର୍ ୧୧ ଜେ ୩୭୫୧, ଓଆର୍ ୦୫ ଏଜେ ୨୭୫୫ ସହ ୨ଟି କାର ନମ୍ବର ଓଡି ୧୧ ଏଜି ୪୬୭୧, ଓଡି ୦୯ ଇ ୫୪୦୦ ଓ ଗୋଟିଏ ପିକଅପ୍ ଜବତ ହୋଇଛି । ଏହାସହ କେତେ ଜଣ ଗୋରୁ ମାଫିଆ ଘଟଣାସ୍ଥଳରେ ଦୌଡ଼ି ଖସି ପଳାଇଥିବା ବେଳେ ୩ ଜଣ ମୟୁରଭଞ୍ଜ ହାଟବାଦଳାର ଏସ୍ କେ ଗୋଲାମ୍ ମେହେରୁମ୍, ପଣ୍ଡାପଡା ଥାନା ବଡପୁଛୁଳା ଗ୍ରାମର ଯୋଗେଶ କୁମାର ନାଏକ, ବେଙ୍ଗଲର ରିଆଜାଲି ଅଟକ ରହିଛନ୍ତି । ଜଣେ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୋରୁ ଗୁଡ଼ିକ ପରଜଙ୍ଗ ଅଞ୍ଚଳରୁ ହାଟବାଦଳାକୁ ଚୋରା ଚାଲାଣ ହେବାକୁଥିବାର ଜାଣିବାକୁ ମିଳିଛି । ପୋଲିସର ଏହା ଗୋଟିଏ ବଡ଼ ସଫଳତା ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଅଟକ ଥିବା ମାଫିଆଙ୍କ ଠାରୁ ସବୁ ଗୋରୁ ମାଫିଆଙ୍କ ପତା ଲଗାଇବାରେ ପୋଲିସକୁ ସମ୍ପୁର୍ଣ୍ଣ ସୁବିଧା ହେବ ବୋଲି ଚର୍ଚ୍ଚା ଚାଲିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ