
କେନ୍ଦ୍ରାପଡ଼ା, ୨୩ ମଇ(ହି.ସ.) – ଅଜଣା ରୋଗରେ ୫୦ରୁ ଉର୍ଦ୍ଧ ଗାଈ ମଢ଼କ ଅଜଣା ରୋଗ ଖାଲି କରି ଦେଇଛି ଗୋଠ। ଦୁଇ ମାସ ମଧ୍ୟରେ ୫୦ ରୁ ଉର୍ଦ୍ଧ ଗାଈ ମାରିଥିବା ଘଟଣା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସହିରା ପଂଚାୟତ ଅଙ୍ଗାରଖିଅ ଗ୍ରାମରେ ଗାଈ ପାଳୁଥିବା ଲୋକେ କହିଛନ୍ତି। ସେମାନଙ୍କ କହିବା ଅନୁସାରେ କାହାର ଗୋଟେ ଗାଈ ତ କାହାର ସମ୍ପୂର୍ଣ ଗୋଠ ଖାଲି ହୋଇଯାଇଛି। ଏକାଧିକ ଗାଈ ମୃତ ପରେ ଗାଈ ପାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ଗତ ଦୁଇ ଦିନରେ ଦୁଇଟି ଗାଈ ମୃତ ବରଣ କରିଛନ୍ତି । ଦୁଇମାସ ମଧ୍ୟରେ ସୁଶାନ୍ତ ପରିଡାଙ୍କ ୧୧ ଟି, ସନାତନ ବେହେରାଙ୍କ ୬ ଟି, ବିଷ୍ଣୁ ଦାସଙ୍କ ୧ଟି, ଶରତ ପରିଡାଙ୍କ ୬ ଟି, ବିଶ୍ୱନାଥ ବେହେରାଙ୍କ ୩ଟି ଏଭଳି ଅନେକ ଗାଈ ମାରିଥିବା ନେଇ ଅଭିଯୋଗ କରିଛନ୍ତି ଗାଈ ପାଳକ। ଗାଈ ପାଳକଙ୍କ କହିବା ଅନୁସାରେ ସେମାନଙ୍କ ପରିବାର ଗାଈରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ। ଯେତିକି ଗାଈ ମୃତୁୁ୍ୟବରଣ କରିଛନ୍ତି ସମସ୍ତେ କ୍ଷୀର ଦେଉଥିଲେ । ଗୋଟେ ପରେ ଗୋଟେ ଗାଇ ମୃତ ବରଣ କରିବା ପରେ ସେମାନେ ପ୍ରାଣୀ ଚିକିତ୍ସାକୁ ଅବଗତ କରିଥିଲେ ସୁଦ୍ଧା ସେମାନଙ୍କୁ ବିଭାଗ ତରଫରୁ କୌଣସି ସୁବିଧା ମିଳିନି। ଓଲଟା ପ୍ରାଣୀ ଚିକିତ୍ସକ ଗାଈକୁ ସେବା ଯୋଗାଇ ଦେବା ପରିବ୍ରତେ ସେମାନଙ୍କୁ ଟଙ୍କା ମାଗିଥିବା ନେଇ ଗାଈ ପାଳକ ଅଭିଯୋଗ କରିଛନ୍ତି। ଆଜି ଅଫିସ ଛୁଟି ଥିବାରୁ ଏନେଇ ଆମେ ପ୍ରାଣୀ ଚିକିତ୍ସଙ୍କ ସହିତ ଫୋନ ରେ କଥା ହେଉଥିଲୁ ସେ କହିଛନ୍ତି ଏନେଇ ସେ ଅବଗତ ଅଛନ୍ତି ଘଟଣା ସ୍ଥଳକୁ ମୋବାଇଲ ଭ୍ୟାନ୍ ପଠାଇ ଗାଈ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଗାଈ ଗୁଡିକ ମଧ୍ୟରେ କୃମି ଅଧିକ ଥିବା ଜଣାପଡିଛି। ଆସନ୍ତା କାଲି ମଧ୍ୟ ମୋବାଇଲ ଟିମ ଘଟଣା ସ୍ଥଳକୁ ପଠାଯିବ। ଏପଟେ ଗାଈ ମୃତ୍ୟୁବରଣ ସେପଟେ ଗାଈ କିଣିବା ପାଇଁ କରିଥିବା କରଜ ସୁଜିନିକ୍ଷ ସେମାନେ ଏବେ କରିବେ କଣ ପରିବାର କେମିତି ଚଳିବେ କେମିତି ସୁଝିବେ କରଜ ଯାହାକୁ ନେଇ ସେମାନେ ଚିନ୍ତାରେ ଭାଙ୍ଗି ପଡିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି