ବଲାଙ୍ଗୀର ପବ୍ଲିକ ସ୍କୁଲ ମେଟ୍ରିକ ଓ ଯୁକ୍ତଦୁଇ ମେଧାବୀଙ୍କୁ ସମ୍ବର୍ଦ୍ଧନା ଶିକ୍ଷା ହିଁ ଅଂଚଳର ସର୍ବାଙ୍ଗୀନ ବିକାଶ କରିଥାଏ - ନରସିଂହ
ମେଟ୍ରିକରେ ୯୭ ପ୍ରତିଶତ ମାର୍କ ରଖିଲେ ମୁକ୍ତାରାଣୀ ସାହୁ ଯୁକ୍ତ ଦୁଇରେ ୯୪ ପ୍ରତିଶତ ମାର୍କ ରଖିଲେ ସାହିଲ କୁମାର ଦାଶ ବଲାଙ୍ଗୀର, ୨୩ ମଇ(ହି.ସ.) – ପ୍ରତ୍ୟେକ ବର୍ଷ ଆମ ଅଂଚଳରୁ ଅନେକ ମେଧାବୀ ଛାତ୍ର ଛାତ୍ରୀ ମେଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଉତିନ୍ନ ହୋଇ ଉଚ୍ଚ ଶିକ୍ଷା ପାଇଁ ଆଗକୁ ବଢୁଛନ୍ତି।
ବଲାଙ୍ଗିର ପବ୍ଲିକ ସ୍କୁଲ ମେଟ୍ରିକ ଓ ଯୁକ୍ତଦୁଇ ମେଧାବୀ ଙ୍କୁ ସମ୍ବର୍ଦ୍ଧନା ଶିକ୍ଷା ହିଁ ଅଂଚଳର ସର୍ବାଙ୍ଗିନ ବିକାଶ କରିଥାଏ - ନରସିଂହ ମେଟ୍ରିକରେ ୯୭ ପ୍ରତିଶତ ମାର୍କ ରଖିଲେ ମୁକ୍ତାରାଣୀ ସାହୁ  ଯୁକ୍ତ ଦୁଇ ରେ ୯୪ ପ୍ରତିଶତ ମାର୍କ ରଖିଲେ ସାହିଲ କୁମାର ଦାଶ


ବଲାଙ୍ଗିର ପବ୍ଲିକ ସ୍କୁଲ ମେଟ୍ରିକ ଓ ଯୁକ୍ତଦୁଇ ମେଧାବୀ ଙ୍କୁ ସମ୍ବର୍ଦ୍ଧନା ଶିକ୍ଷା ହିଁ ଅଂଚଳର ସର୍ବାଙ୍ଗିନ ବିକାଶ କରିଥାଏ - ନରସିଂହ ମେଟ୍ରିକରେ ୯୭ ପ୍ରତିଶତ ମାର୍କ ରଖିଲେ ମୁକ୍ତାରାଣୀ ସାହୁ  ଯୁକ୍ତ ଦୁଇ ରେ ୯୪ ପ୍ରତିଶତ ମାର୍କ ରଖିଲେ ସାହିଲ କୁମାର ଦାଶ


ବଲାଙ୍ଗିର ପବ୍ଲିକ ସ୍କୁଲ ମେଟ୍ରିକ ଓ ଯୁକ୍ତଦୁଇ ମେଧାବୀ ଙ୍କୁ ସମ୍ବର୍ଦ୍ଧନା ଶିକ୍ଷା ହିଁ ଅଂଚଳର ସର୍ବାଙ୍ଗିନ ବିକାଶ କରିଥାଏ - ନରସିଂହ ମେଟ୍ରିକରେ ୯୭ ପ୍ରତିଶତ ମାର୍କ ରଖିଲେ ମୁକ୍ତାରାଣୀ ସାହୁ  ଯୁକ୍ତ ଦୁଇ ରେ ୯୪ ପ୍ରତିଶତ ମାର୍କ ରଖିଲେ ସାହିଲ କୁମାର ଦାଶ


ମେଟ୍ରିକରେ ୯୭ ପ୍ରତିଶତ ମାର୍କ ରଖିଲେ ମୁକ୍ତାରାଣୀ ସାହୁ ଯୁକ୍ତ ଦୁଇରେ ୯୪ ପ୍ରତିଶତ ମାର୍କ ରଖିଲେ ସାହିଲ କୁମାର ଦାଶ

ବଲାଙ୍ଗୀର, ୨୩ ମଇ(ହି.ସ.) – ପ୍ରତ୍ୟେକ ବର୍ଷ ଆମ ଅଂଚଳରୁ ଅନେକ ମେଧାବୀ ଛାତ୍ର ଛାତ୍ରୀ ମେଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଉତିନ୍ନ ହୋଇ ଉଚ୍ଚ ଶିକ୍ଷା ପାଇଁ ଆଗକୁ ବଢୁଛନ୍ତି। ଏ ବର୍ଷ ମଧ୍ୟ ଆମ ଜିଲ୍ଲା ପଛରେ ନାହିଁ। ଛାତ୍ର ଛାତ୍ରୀମାନେ ଜାଣିବା ଦରକାର ଯେ ଉତମ ଶିକ୍ଷା ଆରୋହଣ ଦ୍ୱାରା ନିଜ ଜ୍ଞାନର ଗଭିରତା ବଢିଥାଏ ଏବଂ ଉତମ ଜ୍ଞାନ ଶକ୍ତି ସମାଜର ପ୍ରତ୍ୟେକ ସମସ୍ୟାକୁ ଠିକ୍ ହିସାବରେ ବୁଝି ଏକ ଉତମ ନିଷ୍କର୍ଷରେ ପହଂଚିଥାଏ। ଆମ ଛାତ୍ର ଛାତ୍ରୀମାନେ କେବେ ହେଳେ ବି ଶିକ୍ଷା ପ୍ରତି ବିମୁଖ ହେବା କଥା ନୁହେଁ କାରଣ କେବଳ ଶିକ୍ଷା ହିଁ ଆମର ସର୍ବାଙ୍ଗୀନ ବିକାଶ କରିଥାଏ ଏବଂ ଅଂଚଳକୁ ସାମଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶର ଚରମ ସୀମାକୁ ପହଂଚାଇଥାଏ ବୋଲି ଆଜି ବଲାଙ୍ଗୀର ପବ୍ଲିକ ସ୍କୁଲରୁ ମେଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଛାତ୍ର ଛାତ୍ରୀଙ୍କୁ ଉଦ୍ଦେଶ୍ୟରେ କହିଛନ୍ତି। ସେ ଏହା ବି କହିଛନ୍ତି ଯେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଲିଖିତ ଏକ ପୁସ୍ତକ ଅନୁସାରେ ଏକଦା ଶିକ୍ଷା କ୍ଷେତ୍ରରେ ଆମ ଅଂଚଳ ଅନେକ ବିକାଶ କରିଥିଲା। ଆମ ଲୋକେ ସେ ସମୟରେ ଶିକ୍ଷା, ସଂସ୍କୃତି ଓ ଅର୍ଥନୈତିକ ସ୍ତରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିଥିଲେ। ଅଂଚଳ ଧନଧାନ୍ୟରେ ପରିପୁର୍ଣ୍ଣ ଥିଲା କିନ୍ତୁ ପରବର୍ତି ସମୟରେ ରାଜତନ୍ତ୍ର ଶାସନ ଦ୍ୱାରା ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ସହ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରାଗଲା। ତେଣୁ ଆଜି ଉପସ୍ଥିତ ଥିବା ଅଭିଭାବକ ଏବଂ ଆମକୁ ଗର୍ବିତ କରିଥିବା ଏହି ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ମୁଁ କହିବାକୁ ଚାହେଁ ଯେ ସବୁବେଳେ ଶିକ୍ଷାକୁ ହିଁ ପ୍ରଧାନ୍ୟ ଦିଅନ୍ତୁ। ଯେତେ ପ୍ରତିକୂଳ ପରିସ୍ଥିତି ଆସୁ ଆପଣମାନେ ଶିକ୍ଷା ଗ୍ରହଣ କୁ ନେଇ କୌଣସି ସାଲିସ କରନ୍ତୁ ନାହିଁ କାରଣ ଆପଣମାନେ ହିଁ ଏହି ଦେଶର ଭବିଷ୍ୟତ, ଏବଂ ଆପଣମାନଙ୍କ ଶିକ୍ଷା ହିଁ ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ବଲାଙ୍ଗୀର ପବ୍ଲିକ ସ୍କୁଲର ସର୍ବାଙ୍ଗିନ ବିକାଶକୁ ନେଇ ପରିଚାଳନା କମିଟିକୁ ଅଭିନନ୍ଦନ ଜଣାଇବା ସହ ନାରୀ ଶିକ୍ଷା ଦିଗରେ ନାମଲେଖା ପାଇଁ ସ୍କୁଲ ତରଫରୁ ୩୩% ସିଟ ସଂରକ୍ଷଣ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଦଶମ ଶ୍ରେଣୀ ରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ରଖିଥିବା ଛାତ୍ରୀ ମୁକ୍ତାରାଣୀ ସାହୁ, ସରନ୍ୟା ରେଡ୍ଡି, ନିଶିତା ନାୟକ, ପ୍ରମୁଖ ନାଗ, ଆରଜୁ ରଣା, ପ୍ରିୟାଂଶ ପଣ୍ଡା, ସଲୋନି ନାୟକ, ଆଦ୍ୟାଶା ସାହୁ, ଦେବଦର୍ଶିନି ସାହାଣି, ଶ୍ରିତମ ପଟେଲ, ଅରୋଶ୍ରୀ ମିଶ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଠିକ୍ ସେହିପରି ଯୁକ୍ତ ଦୁଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ଛାତ୍ର କୌଶିକ କୁମାର ସାହୁ, ସାହିଲ କୁମାର ଦାଶ, ପୌଲମି ଯୋଷୀ, ବିଶ୍ୱଜିତ ସାହୁ, ଆଦର୍ଶ ଦାଶ, ବିନୟ ମେହେର, ଅନନ୍ୟା ପଣ୍ଡା, ଆର୍ଯ୍ୟଶ୍ଲୋକ ମୁଣ୍ଡ, ସିଦ୍ଧାର୍ଥ ଲେଙ୍କା, ଜ୍ୟୋତି ପ୍ରକାଶ ଭୋଇ, ସ୍ୱାଗତ ପ୍ରଧାନ, ଶ୍ଲୋକ ସୌରଭ ସାହୁ, ଗୌରୀ ବେହେରା ଓ ମୁକ୍ତିସୁଧା ପାତ୍ରଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ସହି ସମ୍ବର୍ଦ୍ଧନା ସଭା ପୂର୍ବରୁ ବଲାଙ୍ଗୀର ପବ୍ଲିକ ସ୍କୁଲର ୧୨ଟି ଶ୍ରେଣୀ କୋଠରୀ ଥିବା ଏକ ତିନି ତଳ କୋଠାର ଉଦ୍ଘାଟନ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ବ୍ୟତିତ ସ୍କୁଲ ପରିଚାଳନା କମିଟି ସଭାପତି ବିରେନ୍ଦ୍ର କୁମାର ମିଶ୍ର, ସଂପାଦକ ଗୋପାଳ କୃଷ୍ଣ ସିଂଦେଓ, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଲ ମହାକୁର, ସ୍କୁଲ ଅଧ୍ୟକ୍ଷ ସତିଶ ପ୍ରଧାନ, ହରେକୃଷ୍ଣ ନାଏକ ପ୍ରମୁଖ ନାଏକ ପ୍ରମୁଖ ମଂଚାସିନ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande