
ଭୁବନେଶ୍ୱର,୨୩ ମଇ (ହି.ସ.) - ଆସନ୍ତା ୨୪ ତାରିଖରେ ପ୍ରତି ପଂଚାୟତର ଶକ୍ତି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଉମରକୋଟ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟାଳୟରେ ଏକ ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ସମସ୍ତ ପଦାଧିକାରୀ ଏବଂ ପ୍ରମୁଖ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା