ଭାରତ ନେଟ୍ ପରିଯୋଜନା ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା
ଭୁବନେଶ୍ୱର,୨୩ ମଇ (ହି.ସ.) - ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଭାରତ ନେଟ୍ ପରିଯୋଜନା ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କର
BSNL


ଭୁବନେଶ୍ୱର,୨୩ ମଇ (ହି.ସ.) - ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଭାରତ ନେଟ୍ ପରିଯୋଜନା ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ସଂକଳ୍ପକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି । ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତନେଟ୍ ପ୍ରକଳ୍ପ ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ । ହାଇସ୍ପିଡ ଇଂଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ନାନ୍ସ ଓ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମ ସ୍ତରରେ ଆହୁରି ସୁଦୃଢ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଡ଼. ମହାଲିଙ୍ଗ ଏହି ସମୀକ୍ଷା ଅବସରରେ କହିଥିଲେ ।

ଏହି ଯୋଜନା ପାଇଁ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶରେ ପ୍ରାୟ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାକୁ ଆଗାମୀ ୩ ବର୍ଷରେ ଶେଷ କରାଯିବ । ବ୍ଲକକୁ ଗୋଟିଏ ୟୁନିଟ ହିସାବରେ ବ୍ଲକ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ, ସେଠାରୁ ପଂଚାୟତକୁ ଯୋଡି ପଂଚାୟତ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର କରାଯିବ ଓ ପଂଚାୟତରୁ ଘରକୁ ଘର ସଂଯୋଗ କରାଯିବ । ଏହି ଯୋଜନା ପାଇଁ ଆବେଦନ କଲାପରେ ଆବେଦନକାରୀଙ୍କୁ ଅପ୍ଟିକାଲ ଫାଇବର ସଂଯୋଗୀକରଣ ଦିଆଯିବ । ଏଥିରେ ଆଦେଦନକାରୀଙ୍କୁ ଟେଲିଫୋନ ଏବଂ ବ୍ରୋଡବ୍ୟାଣ୍ଡ ଯୋଗାଇ ଦିଆଯିବ । ଏହା ଫଳରେ ଗ୍ରାମୀଣ ଓଡିଶା କୁ ନିରବିଚ୍ଛିନ ଇଂଟରନେଟ୍ ସେବା ଭିତିଭୂମିକୁ ଆହୁରି ସୁଦୃଢ଼ କରାଯିବ ଏବଂ ଭାରତ ନେଟ୍ ପରିଯୋଜନା ଫେଜ୍-୩ ରେ ଏହାକୁ ଶେଷ କରାଯିବାକୁ ଲକ୍ଷ ରଖାଯାଇଛି ।

ଏହି ବୈଠକରେ ବିଏସଏନଏଲ ବୋର୍ଡର ନିର୍ଦ୍ଦେଶକ (ଏଂଟରପ୍ରାଇଜେସ୍) ପାପା ସୁଧାକର ରାଓ, ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଡି.କେ. ବେହେରା ଏବଂ ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ରାଉତଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande