ସମ୍ବଲପୁରରେ ବିଶ୍ୱ ସଂସ୍କୃତି ଦିବସ
ସମ୍ବଲପୁରରେ ବିଶ୍ଵ ସଂସ୍କୃତି ଦିବସ
ସମ୍ବଲପୁରରେ ବିଶ୍ଵ ସଂସ୍କୃତି ଦିବସ


ସମ୍ବଲପୁର,୨୩ ମେ (ହି.ସ.) - ପରସ୍ପର ଆଦାନ ପ୍ରଦାନ ତଥା ଗ୍ରହଣୀୟତା ମଧ୍ୟରେ ସାଂସ୍କୃତିକ ଧାରା ପ୍ରବାହିତ ହେଉଥିବାରୁ ସମସ୍ତଙ୍କ ସହ ସମସ୍ତଙ୍କର ସଦା ସମନ୍ୱୟ ଏବଂ ଏକତା ରହିଆସିଛି। ଯଦି ଏଥିରେ ଅସହିଷ୍ଣୁତା ପ୍ରବେଶ କରିବ ନାହିଁ ତେବେ ପ୍ରକୃତ ମର୍ମରେ ବସୁଧୈବ କୁଟୁମ୍ବକମ୍ ସ୍ଥାପିତ ହୋଇପାରିବ ବୋଲି ମତପ୍ରକାଶ ପାଇଛି । ଓଡି଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଡ଼ ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଶ୍ୱ ସଂସ୍କୃତି ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଡ଼. ବ୍ୟୋମକେଶ ତ୍ରିପାଠୀ କହିଲେ ଯେ ଗୋଟିଏ ସମୂହର ସ୍ଥାନାନ୍ତରଣ ବା ଅନ୍ୟ ସ୍ଥାନରେ ଯାଇ ବାସ କରିବା ମଧ୍ୟରେ ସଂସ୍କୃତି ମଧ୍ୟ ଦୂର ଦୂରାନ୍ତର କୁ ଯାତ୍ରା କରିଥାଏ । ଏହି ସାଂସ୍କୃତିକ ଆଦାନ ପ୍ରଦାନ ସମାଜରେ ସମନ୍ୱୟ ସ୍ଥାପନ କରେ । ଆଦାନପ୍ରଦାନ ଓ ଗ୍ରହଣିୟତା ଯେତେ ବ୍ୟାପକ ହେବ, ସାମାଜିକ ଏକତା, ପରସ୍ପର ସ୍ନେହ ଶ୍ରଦ୍ଧା, ବିଶ୍ୱାସ ଓ ସମ୍ମାନ ସେତେ ଦୃଢ ହେବ । ସାଂସ୍କୃତିକ ମହତ୍ୱ କୁ ହୃଦବୋଧ କରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଐତିହାସିକ ଉତ୍ଖନନ, ସମ୍ବଲପୁରୀ ଭାଷାରେ ମାଗାଜିନ୍ ର ପ୍ରକାଶନ, ଓଡି଼ିଶା ସାଂସ୍କୃତିକ ସମାଜ ଭଳି ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷର କରିବା ସହିତ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ମୁଖ୍ୟବକ୍ତା ରୂପେ ଯୋଗଦେଇ ଦୂରଦର୍ଶନର ଅବସରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ କହିଲେ, ସାଂସ୍କୃତିକ ସମନ୍ୱୟ, ପରସ୍ପର ଗ୍ରହଣୀୟତା ରହିବା ଆବଶ୍ୟକ । ଏହାରି ଜରିଆରେ ବିଶ୍ୱ୍ୱଶାନ୍ତି ସ୍ଥାପିତ ହୋଇ ପାରିବ । ସେଥିପାଇଁ ୟୁଏନ ବିଶ୍ୱ ସଂସ୍କୃତି ଦିବସ ର ପରିକଳ୍ପନା କରିଛି । ଓଡ଼ିଶା ଏବଂ ପଡୋଶୀ ରାଜ୍ୟ ଗୁଡିକ ମଧ୍ୟରେ ସାଂସ୍କୃତିକ ସମାନତା ପାଇବା । ସମ୍ବାଦ, ଆଦାନ ପ୍ରଦାନ ଜରିଆରେ ଆମେ ପରସ୍ପର ମଧ୍ୟରେ ଭାବ ଓ ଏକତା ରଖିପାରିବା । ଏତଦ୍ୱାରା ଆମ ସଂସ୍କୃତି ର ଅଧିକ ପ୍ରସାରିତ ହେବ । ମାଟ୍ରିକ ପରୀକ୍ଷାରେ ଜିଲ୍ଳାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଧନୁପାଲି ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ର ବିଶ୍ୱ ପ୍ରସାଦ ବଳଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଅଖିଳ ପଟ୍ଟନାୟକ ସ୍ୱାଗତ ଭାଷଣ ଏବଂ ଦିଲ୍ଲୀପ ବଘାର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande